କରୋନା ପାଇଁ ବଡ଼ ଯୁଦ୍ଧ, ସଂପୂର୍ଣ୍ଣ ଲକ ଡାଉନ ହେଲା ୧୪ ରାଜ୍ୟ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଭାରତରେ ବଡ଼ ଯୁଦ୍ଧ ଆରମ୍ଭ ହୋଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ପ୍ୟୁ ପରେ ଏବେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଗୁଡ଼ିକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କିଛି ରାଜ୍ୟ ଆଶିଂକ ଲକ ଡାଉନ ଘୋଷଣା କରିଥିବା ବେଳେ ଆଉ କିଛି ରାଜ୍ୟ ପୂରା ତାଲା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶର ୧୪ଟି ରାଜ୍ୟର ସରକାରମାନେ ଲକ ଡାଉନ ଘୋଷଣା […]

e

Hemant Lenka
  • Published: Monday, 23 March 2020
  • , Updated: 23 March 2020, 03:26 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଭାରତରେ ବଡ଼ ଯୁଦ୍ଧ ଆରମ୍ଭ ହୋଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ପ୍ୟୁ ପରେ ଏବେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଗୁଡ଼ିକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କିଛି ରାଜ୍ୟ ଆଶିଂକ ଲକ ଡାଉନ ଘୋଷଣା କରିଥିବା ବେଳେ ଆଉ କିଛି ରାଜ୍ୟ ପୂରା ତାଲା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଦେଶର ୧୪ଟି ରାଜ୍ୟର ସରକାରମାନେ ଲକ ଡାଉନ ଘୋଷଣା କରିଛନ୍ତି। ଲକ ଡାଉନ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଆଉ ସବୁ ଅନୁଷ୍ଠାନରେ ତାଲା ପଡ଼ିବ।

ଆଜି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟରେ ପୂର୍ଣ୍ଣ କାଳୀନ ଲକ ଡାଉନ ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶରେ ଏଯାଏ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରାଜ୍ୟରେ ପୂର୍ଣ୍ଣକାଳୀନ ଲକ ଡାଉନ ଲାଗୁ କରିଛନ୍ତି।

ଦେଶର ଦ୍ୱିତୀୟ ରାଜ୍ୟ ଭାବେ ହିମାଚଳ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ ଡାଉନ ଜାରି କରାଯାଇଛି। ଏହାପୂର୍ବରୁ ନାଗାଲ୍ୟାଣ୍ଡ ସରକାର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ ଡାଉନ ଘୋଷଣା କରିଥିଲେ। ତେବେ ଅନ୍ୟ କିଛି ରାଜ୍ୟ ମାର୍ଚ୍ଚ ୩୧ ଯାଏ ଲକ ଡାଉନ ଲାଗୁ କରିଛନ୍ତି।

ହିମାଚଳ ପ୍ରଦେଶ ଓ ନାଗାଲ୍ୟାଣ୍ଡ ବ୍ୟତୀତ ପୂର୍ଣ୍ଣ ଲକ ଡାଉନ ଘୋଷଣା ହୋଇଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, କେରଳ, ହରିଆଣା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଝାରଖଣ୍ଡ ଓ ରାଜସ୍ଥାନରେ ୩୧ ତାରିଖ ଯାଏ ପୂର୍ଣ୍ଣ କାଳୀନ ଲକ ଡାଉନ ଘୋଷଣା କରାଯାଇଛି। ସେହିପରି ତାମିଲନାଡୁରେ ୧୪୪ ଧାରା ଜାରି କରାଯାଇଛି। ଏଠାରେ ମାର୍ଚ୍ଚ ୩୧ ଯାଏ ୧୪୪ ଧାରା ଜାରି ରହିବ।

ଏହାବାଦ୍ ଉତ୍ତର ପ୍ରଦେଶର ୧୫ଟି ଜଲ୍ଲାରେ ମଧ୍ୟ ସରକାର ଲକ ଡାଉନ ଜାରି କରିଛନ୍ତି। ସେହିପରି ଓଡ଼ିଶା ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ୨୯ ଯାଏ ଲକ ଡାଉନ ଜାରି କରିଛନ୍ତି। ଲକ ଡାଉନ ସମୟରେ ମାଛ, ମାଂସ, ଅଣ୍ଡା, ଗ୍ରୋସରୀ, ମେଡିସିନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ। କିନ୍ତୁ ଅଫିସ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଲୋକମାନେ ଯଥା ସମ୍ଭବ ଘରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Related story