ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାଘପତ ଜିଲ୍ଲାର ଯମୁନା ନଦୀରେ ଡଙ୍ଗା ବୁଡ଼ି୨୨ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ୧୨ ଜଣଙ୍କୁ ଉଦ୍ଧାର କରିଛନ୍ତି। ପୋଲିସ ଓ ଏନ୍ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ସକାଳେ ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ହରିୟାଣା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା।
କ୍ଷମତାଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଥିବା କାରଣରୁ ଏହା ବୁଡ଼ି ଯାଇଥିବା କୁହାଯାଉଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଟଙ୍କାର ସହାୟତା ଘୋଷଣା କରିଛନ୍ତି।