୧୭ ମାସ ପରେ ନିଖୋଜ ମାଲେସିଆ ଏମଏଚ ୩୭୦ ବିମାନର ଭଗ୍ନାବଶେଷ ଉଦ୍ଧାର

କ୍ୱାଲାଲୁମ୍ପୁରରୁ: ଦୀର୍ଘ ୧୭ ମାସ ପରେ ନିଖୋଜ ଥିବା ମାଲେସିଆର ଏୟାର ଲାଇନ ବିମାନ ଏମଏଚ ୩ ୭୦ ପତ୍ତା ମିଳିଛି। ବିମାନଟି ନିଖୋଜ ହୋଇନାହିଁ  ବରଂ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପ୍ରଥମ ଥର ଲାଗି ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ ସ୍ୱୀକାର କରିଛନ୍ତି। ଏମଏଚ ୩୭୦ ଭଗ୍ନାବଶେଷ ଭାରତ ମହାସାଗରରୁ ମିଳିଥିବା ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ନଜୀବ ରଜାକ। ଆଭିଏସନ ଇଣ୍ଡ୍ରଷ୍ଟି ଏକ୍ସପର୍ଟଙ୍କ  ଦ୍ୱାରା ତଦନ୍ତରୁ ଏହି କଥା ପ୍ରମାଣିତ ହୋଇଛି। ଗତବର୍ଷ ମାର୍ଚ୍ଚ […]

mh370

Rakesh Mallick
  • Published: Thursday, 06 August 2015
  • , Updated: 04 May 2017, 03:45 PM IST

କ୍ୱାଲାଲୁମ୍ପୁରରୁ: ଦୀର୍ଘ ୧୭ ମାସ ପରେ ନିଖୋଜ ଥିବା ମାଲେସିଆର ଏୟାର ଲାଇନ ବିମାନ ଏମଏଚ ୩ ୭୦ ପତ୍ତା ମିଳିଛି। ବିମାନଟି ନିଖୋଜ ହୋଇନାହିଁ  ବରଂ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପ୍ରଥମ ଥର ଲାଗି ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ ସ୍ୱୀକାର କରିଛନ୍ତି। ଏମଏଚ ୩୭୦ ଭଗ୍ନାବଶେଷ ଭାରତ ମହାସାଗରରୁ ମିଳିଥିବା ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ନଜୀବ ରଜାକ। ଆଭିଏସନ ଇଣ୍ଡ୍ରଷ୍ଟି ଏକ୍ସପର୍ଟଙ୍କ  ଦ୍ୱାରା ତଦନ୍ତରୁ ଏହି କଥା ପ୍ରମାଣିତ ହୋଇଛି। ଗତବର୍ଷ ମାର୍ଚ୍ଚ ୮ତାରିଖରେ ୨୩୯ ଜଣ ଯାତ୍ରୀ ଏବଂ କ୍ରିଉ ମେମ୍ୱରଙ୍କୁ ନେଇ କ୍ୱାଲାଲୁମ୍ପୁରରୁ ବେଜିଂ ଯାତ୍ରା କରୁଥିବା ମାଲେସିଆ ଏୟାର ଲାଇନ ଏମଏଚ ୩୭୦ ହଠାତ୍ ନିଖୋଜ ହୋଇଯାଇଥିଲା। ସେତେବେଳେ ଏହି ବିମାନକୁ ଖୋଜିବାକୁ ଭାରତ, ଚାଇନା ଭଳି ଏକାଧିକ ରାଷ୍ଟ୍ର ବିଫଳ ହୋଇଥିଲେ। ସେବେଠାରୁ ବିମାନ ନିଖୋଜ ହେବା ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିଲା।

Related story