ମହାରାଷ୍ଟ୍ରର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଛୁଟି ନେଲେ ବି ମିଳିବ ବେତନ

ମୁମ୍ବାଇ: ମହାରାଷ୍ଟ୍ର ସରକାର ନିଜ ମହିଳା କର୍ମଚାରୀଙ୍କୁ ଗୋଟିଏ ବଡ଼ ଉପହାର ଦେଇଛନ୍ତି। ସରକାରୀ ମହିଳା କର୍ମଚାରୀମାନେ ସେମାନଙ୍କ ଛୁଆଙ୍କ ଦେଖାରେଖା ପାଇଁ ୧୮୦ ଦିନ ଛୁଟି ନେଇ ପାରିବେ ଏବଂ ଏହି ଛୁଟି ପାଇଁ ସେମାନଙ୍କୁ ବେତନ ମଧ୍ୟ ମିଳିବ। ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଛୁଆକୁ ୧୮ ବର୍ଷ ହେଲା ପର୍ଯ୍ୟନ୍ତ ମହିଳାମାନେ ଏହି ଛୁଟି ନେଇପାରିବେ। ଯଦି ସ୍ତ୍ରୀଙ୍କ ମୃତ୍ୟୁ ହୋଇଯିବ ଓ […]

women

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 11:51 AM IST

ମୁମ୍ବାଇ: ମହାରାଷ୍ଟ୍ର ସରକାର ନିଜ ମହିଳା କର୍ମଚାରୀଙ୍କୁ ଗୋଟିଏ ବଡ଼ ଉପହାର ଦେଇଛନ୍ତି। ସରକାରୀ ମହିଳା କର୍ମଚାରୀମାନେ ସେମାନଙ୍କ ଛୁଆଙ୍କ ଦେଖାରେଖା ପାଇଁ ୧୮୦ ଦିନ ଛୁଟି ନେଇ ପାରିବେ ଏବଂ ଏହି ଛୁଟି ପାଇଁ ସେମାନଙ୍କୁ ବେତନ ମଧ୍ୟ ମିଳିବ। ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଛୁଆକୁ ୧୮ ବର୍ଷ ହେଲା ପର୍ଯ୍ୟନ୍ତ ମହିଳାମାନେ ଏହି ଛୁଟି ନେଇପାରିବେ। ଯଦି ସ୍ତ୍ରୀଙ୍କ ମୃତ୍ୟୁ ହୋଇଯିବ ଓ  ଛୁଆକୁ ୧୮ ବର୍ଷ ହୋଇ ନ ଥିବ ତା’ହେଲେ ସ୍ୱାମୀ ମଧ୍ୟ ଏହି ଛୁଟି ନେଇ ପାରିବେ।

ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମହିଳା କର୍ମଚାରୀମାନେ ନିଜ ପିଲାଙ୍କର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବେଳେ ମଧ୍ୟ ଏହି ଛୁଟି ନେଇପାରିବେ। ବର୍ଷକୁ ତିନି ଥର ମହିଳାମାନେ ଏହି ଛୁଟି ମାଗି ପାରିବେ।

Related story