ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଉଥିଲେ, ବୋମା ବିସ୍ଫୋରଣରେ ଉଡ଼ିଗଲେ

କାବୁଲ: ଆଫଗାନିସ୍ତାନର ଜଲଲବାଦରେ ରବିବାର ଶିଖ ଓ ହିନ୍ଦୁମାନଙ୍କ ଉପରେ ବଡ଼ ଧରଣର ଆତ୍ମଘାତି ଆକ୍ରମଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏମାନେ ସମସ୍ତେ ରାଷ୍ଟ୍ରପତି ଅଶରଫ ଗନିଙ୍କୁ ଭେଟିବାକୁ ଗଭର୍ନର ହାଉସ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଶିଖ୍‌, ୬ ହିନ୍ଦୁ ଓ ଦୁଇ ଜଣ ଅନ୍ୟ ସମ୍ପ୍ରଦାୟର ଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଆକ୍ରମଣରେ କୌଣସି ଆତଙ୍କବାଦୀ ସଂଗଠନ […]

afghanistan-blast_625x300_1530455901155

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 11:48 AM IST

କାବୁଲ: ଆଫଗାନିସ୍ତାନର ଜଲଲବାଦରେ ରବିବାର ଶିଖ ଓ ହିନ୍ଦୁମାନଙ୍କ ଉପରେ ବଡ଼ ଧରଣର ଆତ୍ମଘାତି ଆକ୍ରମଣ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏମାନେ ସମସ୍ତେ ରାଷ୍ଟ୍ରପତି ଅଶରଫ ଗନିଙ୍କୁ ଭେଟିବାକୁ ଗଭର୍ନର ହାଉସ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଶିଖ୍‌, ୬ ହିନ୍ଦୁ ଓ ଦୁଇ ଜଣ ଅନ୍ୟ ସମ୍ପ୍ରଦାୟର ଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ଆକ୍ରମଣରେ କୌଣସି ଆତଙ୍କବାଦୀ ସଂଗଠନ ସାମିଲ୍‌ ନେଇ ଖବର ସ୍ପଷ୍ଟ ହୋଇନାହିଁ।

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଦଳବଦ୍ଧ ହୋଇ ଯାଉଥିବା ବେଳେ ସେମାନଙ୍କୁ ଟର୍ଗେଟ୍‌ କରାଯାଇଥିଲା ବୋଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ନରେନ୍ଦ୍ର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ପ୍ରଭାବରେ ଆଖପାଖ କୋଠାଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚିଛି।

ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ନିନ୍ଦା କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହିତ ଆହତମାନଙ୍କର ଆରୋଗ୍ୟ କାମନା କରିଛନ୍ତି। ଏଭଳି ଏକ ଦୁଃଖ ସମୟରେ ଭାରତ ଆଫଗାନିସ୍ତାନ ସହିତ ଅଛି ବୋଲି ମୋଦି ଟ୍ୱିଟ୍‌ କରିଛନ୍ତି।

Related story