୧୯୬୫ରେ ଆମେ ଶୋଚନୀୟ ଭାବେ ହାରିଥିଲୁ: ପାକ୍‌ ଐତିହାସିକ

କରାଚି:  ୧୯୬୫ରେ ଭାରତ ସହିତ ହୋଇଥିବା ଯୁଦ୍ଧରେ ପାକିସ୍ତାନ ଶୋଚନୀୟ ଭାବେ ହାରିଯାଇଥିଲା। ଏହି କଥାକୁ ସ୍ୱୀକାର କରିଛନ୍ତି ପାକିସ୍ତାନ ଐତିହାସିକମାନେ। ପାକିସ୍ତାନର ବିଶିଷ୍ଟ ଐତିହାସିକ ଓ ରାଜନୀତି ବିଶେଷଜ୍ଞ ଆକବର ଏସ୍  ଜାଇଦି କହିଛନ୍ତି ଯେ ୧୯୬୫ ଯୁଦ୍ଧରେ ପାକିସ୍ତାନ ଭାରତଠାରୁ ଶୋଚନୀୟ ଭାବେ ହାରି ଯାଇଥିଲା। କିନ୍ତୁ ପାକିସ୍ତାନର ଲୋକେ ଜାଣିଛନ୍ତି ଯେ ଏ ଯୁଦ୍ଧ ସେମାନଙ୍କ ସେନା ଜିତିଥିଲା। କାରଣ ପାକ୍ ସରକାର ଏଭଳି ପ୍ରଚାର କରିଛନ୍ତି। ପୁଣି  ବିଜୟୋତ୍ସବ ବି ମନାଉଛନ୍ତି। […]

photo1

Rakesh Mallick
  • Published: Sunday, 06 September 2015
  • , Updated: 04 May 2017, 03:45 PM IST

କରାଚି:  ୧୯୬୫ରେ ଭାରତ ସହିତ ହୋଇଥିବା ଯୁଦ୍ଧରେ ପାକିସ୍ତାନ ଶୋଚନୀୟ ଭାବେ ହାରିଯାଇଥିଲା। ଏହି କଥାକୁ ସ୍ୱୀକାର କରିଛନ୍ତି ପାକିସ୍ତାନ ଐତିହାସିକମାନେ। ପାକିସ୍ତାନର ବିଶିଷ୍ଟ ଐତିହାସିକ ଓ ରାଜନୀତି ବିଶେଷଜ୍ଞ ଆକବର ଏସ୍  ଜାଇଦି କହିଛନ୍ତି ଯେ ୧୯୬୫ ଯୁଦ୍ଧରେ ପାକିସ୍ତାନ ଭାରତଠାରୁ ଶୋଚନୀୟ ଭାବେ ହାରି ଯାଇଥିଲା। କିନ୍ତୁ ପାକିସ୍ତାନର ଲୋକେ ଜାଣିଛନ୍ତି ଯେ ଏ ଯୁଦ୍ଧ ସେମାନଙ୍କ ସେନା ଜିତିଥିଲା। କାରଣ ପାକ୍ ସରକାର ଏଭଳି ପ୍ରଚାର କରିଛନ୍ତି। ପୁଣି  ବିଜୟୋତ୍ସବ ବି ମନାଉଛନ୍ତି। ଏହାଠୁ ବଡ଼ ଆଉ କିଛି  ମିଛ ବା ପ୍ରହେଳିକା ନ ଥାଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୬୫ ଯୁଦ୍ଧର ବାସ୍ତବ ତଥ୍ୟ ସଂପର୍କରେ ପାକିସ୍ତାନୀ ଲୋକେ ଅବଗତ ନାହାନ୍ତି। କାରଣ ଏଠାକାର ପିଲାମାନଙ୍କୁ ପାକିସ୍ତାନର ଲୋକଙ୍କ ଇତିହାସ ପଢ଼ାଯାଏ ନାହିଁ। ତା’ବଦଳରେ ଏଠାରେ ପାକିସ୍ତାନ ଗଠନ ସଂପର୍କରେ ପଢ଼ାଯାଏ।

ସୂଚନାଯୋଗ୍ୟ, ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧକୁ ଚଳିତ ବର୍ଷ ୫୦ ବର୍ଷ ପୂରିଛି। ଏହି ଯୁଦ୍ଧକୁ ପାକିସ୍ତାନ ପ୍ରତିରକ୍ଷା ଦିବସ ଭାବେ ପାଳନ କରି ଆସୁଛି।

Related story