ଜାମ୍ମୁ-କାଶ୍ମୀରରେ ପ୍ରଥମ ତୁଷାରପାତ: ବରଫରେ ଜାମ୍ ହେଲା ଜାତୀୟ ରାଜପଥ

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଏବର୍ଷର ପ୍ରଥମ ବରଫପାତ ହୋଇଛି। ବରଫର ମୋଟା ଆସ୍ତରଣରେ ଆଚ୍ଛାଦିତ ହୋଇଛି ପୂରା ରାଜ୍ୟ। ଫଳରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ସମସ୍ୟା ଦେଖାଦେଇଛି। ଆଗକୁ ଆହୁରି ବରଫପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶ୍ରୀନଗରରେ ହୋଇଥିବା ପ୍ରଥମ ବରଫପାତରେ ଗଛପତ୍ର, ଘରଦ୍ୱାର, ଗାଡ଼ିମୋଟର ସବୁ ବରଫରେ ଆଚ୍ଛାଦିତ ହୋଇଯାଇଛି। କେବଳ ଶ୍ରୀନଗର ନୁହେଁ, ଲେହ, ଡୋଡା, ପୁଞ୍ଚ, ରାଜୋରି ସମେତ ରାଜ୍ୟର ବିଭିନ୍ନ […]

srinagar snow fall

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 08:55 PM IST

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଏବର୍ଷର ପ୍ରଥମ ବରଫପାତ ହୋଇଛି। ବରଫର ମୋଟା ଆସ୍ତରଣରେ ଆଚ୍ଛାଦିତ ହୋଇଛି ପୂରା ରାଜ୍ୟ। ଫଳରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ସମସ୍ୟା ଦେଖାଦେଇଛି। ଆଗକୁ ଆହୁରି ବରଫପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଶ୍ରୀନଗରରେ ହୋଇଥିବା ପ୍ରଥମ ବରଫପାତରେ ଗଛପତ୍ର, ଘରଦ୍ୱାର, ଗାଡ଼ିମୋଟର ସବୁ ବରଫରେ ଆଚ୍ଛାଦିତ ହୋଇଯାଇଛି। କେବଳ ଶ୍ରୀନଗର ନୁହେଁ, ଲେହ, ଡୋଡା, ପୁଞ୍ଚ, ରାଜୋରି ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବରଫପାତ ହେଉଛି। ଏଥିପାଇଁ ମଙ୍ଗଳବାର ଟ୍ରାଫିକ୍ ଅସୁବିଧା ଯୋଗୁଁ ରାସ୍ତା ବନ୍ଦ ରଖାଯାଇଥିଲା। ଶ୍ରୀନଗର-ଲେହ ରାଜପଥ ମଧ୍ୟ ରବିବାରଠାରୁ ବନ୍ଦ ରହିଛି। ବରଫପାତ ଯୋଗୁଁ ପର୍ଯ୍ୟଟକ ଆଗମନ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

Related story