ବିକ୍ଷୋଭକାରୀଙ୍କ ଉପରେ ପୁଲିସର ଗୁଳିମାଡ଼, ୨ ନିହତ

ଗୌହାଟି: ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାଳନା ସହ ଗୁଳି ମାଡ଼। ପୁଲିସର ଗୁଳି ମାଡ଼ରେ ୨ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀବି ଅଛନ୍ତି। ଗୁରୁବାର ଆସାମର ଦାରାଙ୍ଗ ଜିଲ୍ଲା ଗୋରୁଖୁଟି ଅଞ୍ଚଳରେ ଏହଇ ଘଟଣା ଘଟିଛି। ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୯ ଜଣ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି। ରାଜ୍ୟ କୃଷି […]

5gn1

Tapas Behera
  • Published: Thursday, 23 September 2021
  • , Updated: 23 September 2021, 08:03 PM IST

ଗୌହାଟି: ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାଳନା ସହ ଗୁଳି ମାଡ଼। ପୁଲିସର ଗୁଳି ମାଡ଼ରେ ୨ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀବି ଅଛନ୍ତି। ଗୁରୁବାର ଆସାମର ଦାରାଙ୍ଗ ଜିଲ୍ଲା ଗୋରୁଖୁଟି ଅଞ୍ଚଳରେ ଏହଇ ଘଟଣା ଘଟିଛି। ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୯ ଜଣ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି।

ରାଜ୍ୟ କୃଷି ପ୍ରକଳ୍ପ ଅଞ୍ଚଳରୁ ପୁଲିସ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବେଳେ ଏହି ସଂଘର୍ଷ ଘଟିଛି। ସୁରକ୍ଷା କର୍ମୀମାନେ ପହଞ୍ଚିବା କ୍ଷଣି ହଜାର ହଜାର ସ୍ଥାନୀୟ ଲୋକ ଏକତ୍ରିତ ହୋଇଥିଲେ ଏବଂ ଉଚ୍ଛେଦ ଅଭିଯାନକୁ ବିରୋଧ କରିଥିଲେ। କିଛି ଦିନପୂର୍ବରୁ ଜବରଦଖଲରେ ଥିବା ଉକ୍ତସରକାରୀ ଜମିକୁ ଫେରାଇ ଆଣି ତାକୁ କୃଷି ଫାର୍ମିଂ  ପ୍ରକଳ୍ପରେ ପରିଣତ କରିବରକୁ ନିଷ୍ପତ୍ତି ନିଆଯାଇଥିଲା। ସୋମବାର ଜବରଦଖଲ ଅଭିଯାନ ଆରମ୍ଭ ହୋଇଥିଲା। ଏହାକୁ  ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରିବା ପରେ ପୁଲିସ ସହ ସଂଘର୍ଷ ହୋଇଥିଲା।

ତେବେ ସାଧାରଣ ଲୋକଙ୍କ ଉପରେ ପୁଲିସର ଗୁଳି ଚାଳନାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି କଡ଼ା ନିନ୍ଦା କରିଛନ୍ତି। ଏନେଇ ସେ ଟ୍ୱିଟ୍‌  କରି ଲେଖିଛନ୍ତି ଯେ, ଆସାମ ରାଜ୍ୟ ପ୍ରାୟୋଜିତ ନିଆଁରେ ଜଳୁଛି। ମୁଁ ସେମାନଙ୍କ ସହ ଅଛି। ଆସାମ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ  ଭୁପେନ କୁମାର କହିଛନ୍ତି ଯେ, ବିଶେଷ କରି କୋଭିଡ ପରିସ୍ଥିତିରେ ଏଭଳି ଉଚ୍ଛେଦ ପ୍ରକ୍ରିୟା ଅମାନବୀୟ । ମହାମାରୀ ସମୟରେ ଉଚ୍ଛେଦ ବିରୋଧରେ ମଧ୍ୟ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ଏମାନଙ୍କ ପ୍ରତି ଏଭଳି ଅତ୍ୟାଚାର  କରିବା ନିନ୍ଦନୀୟ। ସ୍ଥାନୀୟବାସିନ୍ଦା ସେଠାରେ ୧୯୭୦ ମସିହାରୁ ରହିଆସୁଛନ୍ତି ବୋଲି ସେ କହିଛନ୍ତି ।

Related story