ଏହି କାରଣ ପାଇଁ ଲକ୍ଷପତି ହେବାକୁ ଯାଉଛନ୍ତି ୨ ଶ୍ରମିକ

ପାନ୍ନା: ଭାଗ୍ୟ ଦେବୀ ସାଥ ଦେଲେ ଜଣେ ଭିକାରୀରୁ କୋଟିପତି ହୋଇଯାଏ। ଆପଣ ଅନେକ ଥର ଏଭଳି କାହାଣୀ ସିନେମାରେ ଦେଖିଥିବେ। କିନ୍ତୁ ବାସ୍ତବ ଜୀବନରେ ଆପଣ କେବେ ହଠାତ୍‌ ଜଣେ ବ୍ୟକ୍ତି ପରିଶ୍ରମ କରି ଧନୀ ହେବାର ଦେଖିଛନ୍ତି କି? ହଁ, ଯାହା ପାଖରେ କଳାଟଙ୍କା ଓ କଳା ବ୍ୟବସାୟ ରହିଛି, ସିଏ ରାତାରାତି ଧନୀ ହେବା କଥା ଆପଣ ଶୁଣିଥିବେ। ହେଲେ ପରିଶ୍ରମ ଦ୍ୱାରା ଓ ନିୟମ ଅନୁସାରେ କାମ କରି କେବେ କେହି […]

j

Hemant Lenka
  • Published: Tuesday, 03 November 2020
  • , Updated: 03 November 2020, 05:32 PM IST

ପାନ୍ନା: ଭାଗ୍ୟ ଦେବୀ ସାଥ ଦେଲେ ଜଣେ ଭିକାରୀରୁ କୋଟିପତି ହୋଇଯାଏ। ଆପଣ ଅନେକ ଥର ଏଭଳି କାହାଣୀ ସିନେମାରେ ଦେଖିଥିବେ। କିନ୍ତୁ ବାସ୍ତବ ଜୀବନରେ ଆପଣ କେବେ ହଠାତ୍‌ ଜଣେ ବ୍ୟକ୍ତି ପରିଶ୍ରମ କରି ଧନୀ ହେବାର ଦେଖିଛନ୍ତି କି? ହଁ, ଯାହା ପାଖରେ କଳାଟଙ୍କା ଓ କଳା ବ୍ୟବସାୟ ରହିଛି, ସିଏ ରାତାରାତି ଧନୀ ହେବା କଥା ଆପଣ ଶୁଣିଥିବେ। ହେଲେ ପରିଶ୍ରମ ଦ୍ୱାରା ଓ ନିୟମ ଅନୁସାରେ କାମ କରି କେବେ କେହି ହଠାତ୍‌ ଲକ୍ଷପତି ହେବା କଥା ଆପଣ ବହୁତ କମ ଶୁଣିଥିବେ।

ଆଜି ଆମେ ସେଭଳି ଏକ ଘଟଣା ଆପଣଙ୍କୁ ଜଣାଇବାକୁ ଯାଉଛୁ। ମଧ୍ୟପ୍ରଦେଶର ପାନ୍ନା ଠାରେ ପ୍ରତିଦିନ ଜମିରେ ଖଟି ପରିବାର ପୋଷୁଥିବା ଦୁଇ ଜଣ ଶ୍ରମିକ ଶ୍ରେଣୀର ଲୋକ ଖୁବଶୀଘ୍ର ଲକ୍ଷପତି ହେବାକୁ ଯାଉଛନ୍ତି। ସେମାନେ ଶ୍ରମିକ ଭାବେ ମାଟି ଖୋଳୁଥିବା ବେଳେ ହଠାତ୍‌ ୨ ଖଣ୍ଡ ବଡ଼ ଓ ମୂଲ୍ୟବାନ ହୀରା ପାଇଛନ୍ତି।

ହୀରା ପାଇବା ସତ୍ତ୍ୱେ ଏମାନେ ଚୁପ୍‌ ନ ରହି ପ୍ରଶାସନକୁ ଏସମ୍ପର୍କରେ ଜଣାଇଛନ୍ତି। ପ୍ରଶାସନିକ ଅଧିକାରୀମାନେ ଏବେ ନିୟମ ଅନୁସାରେ ହୀରକୁ ନିଲାମ କରିବେ ଓ ଏଥିରୁ ମିଳିବାକୁ ଥିବା ଟଙ୍କା ଦୁଇ ଶ୍ରମିକଙ୍କୁ ଦେବେ।
ଗୋଟିଏ

ଗୋଟିଏ ହୀରା ଖଣ୍ଡର ଓଜନ ୭.୪୪ କାରଟ ଓ ଅନ୍ୟଟିର ଓଜନ ୧୪.୯୮ କାରଟ ବୋଲି ଜଣାପଡ଼ିଛି। ଦିଲ୍ଲୀପ ମିସ୍ତ୍ରୀ ସବୁଦିନ ଭଳି ରବିବାର ମଧ୍ୟ ଜରୁଆପୁରା ଖଣି ଖାଦାନରେ କାମ କରୁଥିଲେ। ଖଣି ଖାଦାନ ଖୋଲୁଥିବା ବେଳେ ସେ ୭.୪୪ କାରଟର ଗୋଟିଏ ହୀରା ଖଣ୍ଡ ପାଇଥିଲେ। ସେହିପରି କ୍ରୀଷ୍ଣ କଲ୍ୟାଣପୁର ଅଞ୍ଚଳରୁ ଲଖନ ଯାଦବ ୧୪.୯୮ କାରଟ ହୀରା ଖଣ୍ଡ ପାଇଥିବା ହୀରା ଇସନସପେକ୍ଟର ଅନୁପମ ସିଂହ କହିଛନ୍ତି।

ସେମାନେ ହୀରା ଖଣ୍ଡକୁ ପାଇବା ପରେ ଏହାକୁ ସୋମବାର ହୀରା ସଂଗୃହୀତ ଅଫିସରେ ଏହାକୁ ଜମା କରିଥିଲେ। ଏବେ ଅଫିସର ଅଧିକାରୀମାନେ ଏହାକୁ ନିଲାମ କରିବେ ଓ ୧୨.୫% ରୟାଲଟକୁ ବାଦ ଦେବା ପରେ ଯାହା ଅର୍ଥ ବଳିବ, ଏହାକୁ ଦୁଇ ଶ୍ରମିକମାନଙ୍କୁ ଦିଆଯିବ।

ଦୁଇଟି ଯାକ ହୀରା ଖଣ୍ଡ ନିଲାମ ହୋଇ ନାହିଁ। ତଥାପି ବଜାର ଦର ଅନୁସାରେ, ୭.୪୪ କାରଟ ହୀରା ଖଣ୍ଡର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ସେହିପରି ୧୪.୯୮ କାରଟ ହୀରା ଖଣ୍ଡର ମୂଲ୍ୟ ୬୦ ଲକ୍ଷ ବା ତା’ଠାରୁ ଅଧିକ ହୋଇପାରେ। ଶ୍ରମିକ ଦ୍ୱୟ ହଠାତ୍‌ ଲକ୍ଷପତି ବନିବାକୁ ଯାଉଥିବାରୁ ବେଶ ଖୁସି ବ୍ୟକ୍ତି କରିଛନ୍ତି।

ଲଖନ ଯାଦବ କହିଛନ୍ତି, “ପ୍ରଥମଥର ପାଇଁ ମୁଁ ମାଟି ଖୋଳିବା ବେଳେ ହୀରା ଖଣ୍ଡ ପାଇଛି। ମୋତେ ଏଥିରୁ ମିଳିବାକୁ ଥିବା ଟଙ୍କାକୁ ମୁଁ ମୋ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିବି।”

ସେହିପରି ଦିଲ୍ଲୀପ ମିସ୍ତ୍ରୀ କହିଛନ୍ତି, “ଆମ ଗ୍ରୁପ୍‌ରେ ୪ ଜଣ ସଦସ୍ୟ ରହିଛନ୍ତି। ଆମେ ଘରୋଇ ଜମିରେ ଦୀର୍ଘ ୬ ମାସ ହେଲା ହୀରା ପାଇବା ପାଇଁ ଖୋଲି ଚାଲିଥିଲୁ। କିନ୍ତୁ ଏବେ ଭଗବାନଙ୍କ କୃପାରୁ ମୁଁ ପ୍ରଥମଥର ଭଲ ଗୁଣାବତ୍ତାର ହୀରା ପାଇବାକୁ ସକ୍ଷମ ହୋଇଛି।”

ଏଠାରେ କ୍ଲିକ କରି ପଢନ୍ତୁ ଲାଟେଷ୍ଟ ଜୋକ୍ସ

 

Related story