ଖସିପଡ଼ିଲା ସ୍ଥଳସେନାର ‘ଚିତା’, ୨ ପାଇଲଟ୍‌ ମୃତ

ଭୁଟାନ୍‌: ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ପାଇଲଟ୍‌ ପ୍ରାଣ ହରାଇଛନ୍ତି। ଜଣେ ପାଇଲଟ୍‌ ଭାରତର ହୋଇଥିବା ବେଳେ ଆଉ ଜଣେ ଭୁଟାନର ବୋଲି ଜଣାପଡ଼ିଛି। ଭାରତୀୟ ପାଇଲଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କର। ସେହିପରି ଭୁଟାନର ପାଇଲଟ ଜଣଙ୍କ ଜଣେ ଟ୍ରେନି ବୋଲି ଜଣାପଡ଼ିଛି। ଆଜି ଏହି ଚିତା ହେଲିକପ୍ଟରଟି ଅରୁଣାଚଳ […]

s

Hemant Lenka
  • Published: Friday, 27 September 2019
  • , Updated: 27 September 2019, 04:53 PM IST

ଭୁଟାନ୍‌: ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ପାଇଲଟ୍‌ ପ୍ରାଣ ହରାଇଛନ୍ତି। ଜଣେ ପାଇଲଟ୍‌ ଭାରତର ହୋଇଥିବା ବେଳେ ଆଉ ଜଣେ ଭୁଟାନର ବୋଲି ଜଣାପଡ଼ିଛି। ଭାରତୀୟ ପାଇଲଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କର। ସେହିପରି ଭୁଟାନର ପାଇଲଟ ଜଣଙ୍କ ଜଣେ ଟ୍ରେନି ବୋଲି ଜଣାପଡ଼ିଛି।

ଆଜି ଏହି ଚିତା ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ଖିରୁମ ଠାରୁ ଉଡ଼ାଣ ଭରିଥିଲା। ତେବେ ୟୋନଫୁଲା ନିକଟରେ ହଠାତ କଣ୍ଟ୍ରୋଲ ରୁମ ସହ ଚିତାର ଯୋଗାଯୋଗ ବିଚ୍ଛିନ୍ନ ଯୋଗଯୋଗ ହୋଇଯାଇଥିଲା। ପ୍ରାୟ ମଧ୍ୟାହ୍ଣ ୧ଟାରେ ଭୁଟାନର ୟୋନଫୁଲା ନିକଟରେ ହିଁ ଚିତା ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କା ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟ ପାଲଇଟଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ହେଲିପକ୍ଟରର ଧ୍ୱଂସାବଶେଷକୁ ଠାବ କରିଛନ୍ତି।

Related story