ତିହାର ଜେଲରେ ଚିଦାମ୍ୱରମଙ୍କୁ ଭେଟିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପି. ଚିଦାମ୍ୱରମଙ୍କୁ ଆଜି ଭେଟିଛନ୍ତି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଏବଂ ଅହମଦ ପଟେଲ୍। ଏହି ଭେଟଘାଟ ସମୟରେ ଦେଶର ଆର୍ଥିକ ସ୍ଥିତି, ଆଗାମୀ ଦିନରେ ହେବାକୁ ଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ଏହି ଭେଟଘାଟ ବେଳେ ଚିଦାମ୍ୱରମଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମ ମଧ୍ୟ ଥିଲେ। ପାଖାପାଖି ୩୦ ମିନିଟ୍ ଧରି ଚିଦାମ୍ୱରମ ଗୁଲାମ୍ […]

Chidambaram(2)

Subhransu Sekhar
  • Published: Wednesday, 18 September 2019
  • , Updated: 18 September 2019, 05:26 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପି. ଚିଦାମ୍ୱରମଙ୍କୁ ଆଜି ଭେଟିଛନ୍ତି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଏବଂ ଅହମଦ ପଟେଲ୍। ଏହି ଭେଟଘାଟ ସମୟରେ ଦେଶର ଆର୍ଥିକ ସ୍ଥିତି, ଆଗାମୀ ଦିନରେ ହେବାକୁ ଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ଏହି ଭେଟଘାଟ ବେଳେ ଚିଦାମ୍ୱରମଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମ ମଧ୍ୟ ଥିଲେ। ପାଖାପାଖି ୩୦ ମିନିଟ୍ ଧରି ଚିଦାମ୍ୱରମ ଗୁଲାମ୍ ନବୀ ଆଜାଦ୍ ଏବଂ ଅହମଦ ପଟେଲଙ୍କ ସହ କଥା ହୋଇଥିଲେ ବୋଲି ଜଣାପଡ଼ିଛି।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ସେପ୍ଟେମ୍ୱର ୫ରେ ତିହାର ଜେଲ୍ ଯାଇଛନ୍ତି ଚିଦାମ୍ୱରମ୍। ୧୪ ଦିନିଆ ନ୍ୟାୟିକ ହେପାଜତରେ ଥିବା ଚିଦାମ୍ୱରମଙ୍କ ଜେଲ୍ ଅବଧି ଆସନ୍ତାକାଲି ଯାଏ ରହିଛି। ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ଆସନ୍ତା ୨୩ ସେପ୍ଚେମ୍ୱରରେ ଚିଦାମ୍ୱରମଙ୍କ ଜାମିନ୍ ବାବଦରେ ଶୁଣାଣି ହେବ। ଗତ ସୋମବାର ଚିଦାମ୍ୱରମ ତାଙ୍କ ୭୪ ତମ ଜନ୍ମଦିନ ତିହାରେ ଜେଲରେ ପାଳନ କରିଥିଲେ।

Related story