ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର: ସେନା ଗୁଳିରେ ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀର ସୋପୋରରେ ଏନକାଉଣ୍ଟର। ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ଆତଙ୍କାବାଦୀ ମାନେ ସୋପୋର ଅଂଚଳର ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଦୁଇଟି ଏକେ ୪୭ ଓ ଇନସାସ୍ ରାଇଫଲ ଜବତ କରାଯାଇଛି। ଆତଙ୍କବାଦୀମାନେ ସୋପୋରରେ ଲୁଚିଥିବା ଖବର ପାଇ ସେନା ପକ୍ଷରୁ ପୁରା ଅଂଚଳକୁ କର୍ଡନ କରାଯାଇଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିଚାଳନା […]

Rakesh Mallick
  • Published: Monday, 04 September 2017
  • , Updated: 04 September 2017, 05:54 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀର ସୋପୋରରେ ଏନକାଉଣ୍ଟର। ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ଆତଙ୍କାବାଦୀ ମାନେ ସୋପୋର ଅଂଚଳର ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଦୁଇଟି ଏକେ ୪୭ ଓ ଇନସାସ୍ ରାଇଫଲ ଜବତ କରାଯାଇଛି। ଆତଙ୍କବାଦୀମାନେ ସୋପୋରରେ ଲୁଚିଥିବା ଖବର ପାଇ ସେନା ପକ୍ଷରୁ ପୁରା ଅଂଚଳକୁ କର୍ଡନ କରାଯାଇଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଜବାବରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଦିନ ତଳେ ଏନକାଉଣ୍ଟରେ ଲସ୍କର ଆତଙ୍କବାଦୀ ଇସଫାକର ପୋଲିସ ଗୁଳିରେ ମୃତ୍ୟୁ ହୋଇଥିଲା। ସେ ସେନାପାଇଁ ଜଣେ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଥିଲା। କାରଣ କିଛିଦିନ ପୂର୍ବେ ଇସଫାକାର ସେନା ଅଫିସର ଉମର ଫୟଜଙ୍କୁ ଘରୁ ଡାକି ଅତି ନୃଶଂସ ଭାବେ ହତ୍ୟା କରିଥିଲା।
ଅନ୍ୟପଟେ ଗତକାଲି ସୀମାରେ ପାକିସ୍ତାନ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ ହୋଇଥିଲା, କ୍ରିଷ୍ଣାଘାଟି, ସାନ୍ଦିପୋରା ସେରରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଂଘନ ହୋଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଉଚିତ୍‌ ଜବାବ ଦିଆଯାଇଥିଲା।

Related story