୧୦୦ ଫୁଟ ତଳେ ୨ ବର୍ଷର ଶିଶୁ ସୁଜିତ୍

ଚେନ୍ନାଇ: ଗତ ଶୁକ୍ରବାର ତାମିଲନାଡୁର ତ୍ରିଚିରେ ଏକ ବୋରଓ୍ୱେଲ ଭିତରକୁ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ ଓ୍ୱିଲଶନର ଉଦ୍ଧାର ପାଇଁ ଆହୁରି ୧୨ ଘଣ୍ଟାରୁ ଅଧିକ ସମୟ ଲାଗିବ। ପଥୁରିଆ ମାଟି ରହିଥିବାରୁ ସତର୍କତା ସହିତ ମାଟି ଖୋଳିବାକୁ ପଡ଼ୁଛି ବୋଲି ତାମିଲନାଡୁର ରିଲିଫ କମିଶନର ଡକ୍ଚର ରାଧାକ୍ରିଷ୍ନନ କହିଛନ୍ତି। ଏବେ ସୁଜିତର ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ସୁଜିତ ଉପରେ ଏକ କ୍ୟାମେରା ନଜର ରଖିଛି। ଶୁକ୍ରବାର ପାଖରୁ ସୁଜିତ କିଛି ଖାଇନଥିବା ଜଣାପଡ଼ିଛି। […]

sujith-borewell-rescue

Subhransu Sekhar
  • Published: Monday, 28 October 2019
  • , Updated: 28 October 2019, 05:33 PM IST

ଚେନ୍ନାଇ: ଗତ ଶୁକ୍ରବାର ତାମିଲନାଡୁର ତ୍ରିଚିରେ ଏକ ବୋରଓ୍ୱେଲ ଭିତରକୁ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ ଓ୍ୱିଲଶନର ଉଦ୍ଧାର ପାଇଁ ଆହୁରି ୧୨ ଘଣ୍ଟାରୁ ଅଧିକ ସମୟ ଲାଗିବ। ପଥୁରିଆ ମାଟି ରହିଥିବାରୁ ସତର୍କତା ସହିତ ମାଟି ଖୋଳିବାକୁ ପଡ଼ୁଛି ବୋଲି ତାମିଲନାଡୁର ରିଲିଫ କମିଶନର ଡକ୍ଚର ରାଧାକ୍ରିଷ୍ନନ କହିଛନ୍ତି।

ଏବେ ସୁଜିତର ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ସୁଜିତ ଉପରେ ଏକ କ୍ୟାମେରା ନଜର ରଖିଛି। ଶୁକ୍ରବାର ପାଖରୁ ସୁଜିତ କିଛି ଖାଇନଥିବା ଜଣାପଡ଼ିଛି। ଏବେ ଅକ୍ସିଜେନ ପଠାଯାଉଛି। ହେଲେ ସୁଜିତ କାହାରି ଡ଼ାକ ଶୁଣୁନଥିବା ଜଣାପଡ଼ିଛି। ତିନି ଦିନ ହେବ ଖାଇନଥିବାରୁ ସେ ଦୁର୍ବଳ ହୋଇଯାଇଛି ବୋଲି ଅନୁମାନ କରାଯାଉଛି।

ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ଖେଳୁଥିବା ସମୟରେ ବୋରଓ୍ୱେଲ ଭିତରକୁ ଖସି ପଡ଼ିଛି। ଯାହାର ଗଭୀର କେହି କେହି ୬୦ ଫୁଟ କହୁଥିବାବେଳେ ଅନ୍ୟ କେହି ୧୦୦ ଫୁଟ୍ ବୋଲି କହୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ବୋରଓ୍ୱେଲ ନିକଟରେ ୧ ମିଟର ଓସାରର ଏକ ଗାତ ଖୋଳା ଯାଉଛି। ଏବେ ଆହୁରି ୪୦ ଫୁଟ ଖୋଳିବାକୁ ବାକି ରହିଛି। ଏଥିପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗିବ ବୋଲି ତାମିଲନାଡୁର ରିଲିଫ କମିଶନର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧି, ସୁପରଷ୍ଟ୍ରାର ରଜନୀକାନ୍ତ, କମଲ ହାସନ ଭଳି ଦେଶର ପ୍ରମୁଖ ପ୍ରମୁଖ ବ୍ୟକ୍ତି ସୁଜିତର ଉଦ୍ଧାର ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲ୍ଲାନିସ୍ୱାମୀଙ୍କ ସହ ମୋଦି ଏ ବାବଦରେ କଥା ହୋଇଛନ୍ତି ବୋଲି ଟୁଇଟ୍ କରି କହିଛନ୍ତି।

ସୁଜିତର ଉଦ୍ଧାର ପାଇଁ ୨୫ ଜଣିଆ ଟିମ୍ ସହିତ ଏନଡିଆରଏଫର ଏକ ଟିମ୍ ସାମିଲ ହୋଇଥିବା ଜଣାପଡ଼ିଛି। ତାମିଲନାଡୁ ସରକାରର ଅନେକ ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି। ନିଜେ ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ମଧ୍ୟ ଘଟଣା ସ୍ଥଳକୁ ଆସିଥିଲେ।

Related story