ମଶାଣିକୁ ଯାଇ ଆଉ ଫେରିଲେନି ୨୦

ନୂଆଦିଲ୍ଲୀ: ଅନ୍ତିମ ସଂସ୍କାର କରିବାକୁ ଯାଇ ୨୦ ଜଣ ନିଜେ ଶବ ହୋଇଯାଇଛନ୍ତି। ୟୁପି ଗାଜିଆବାଦ ସ୍ଥିତ ମୁରାଦନଗରର ଏକ ଶ୍ନସାନର ଛାତ ଭୁଶୁଡ଼ି ପଡ଼ିବାରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଅନ୍ତିମ ସଂସ୍କାର କରୁଥିବା ବେଳେ ଏହି ଅଘଟଣ ଘଟିଛି। ଦିଲ୍ଲୀ ନିକଟରେ ଥିବା ଗାଜିଆବାଦର ମୁରାଦନଗରରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ପାଇଁ ଛାତ ଭୁଶୁଡି ପଡିଥିବା ଜଣାପଡ଼ିଛି। ଲୋକମାନେ ମଶାଣିରେ ଶେଷ ରୀତିନୀତି କରୁଥିଲେ ଏହି ଦୁର୍ଘଟଣା […]

UP-ACCIDENT

Subhransu Sekhar
  • Published: Sunday, 03 January 2021
  • , Updated: 03 January 2021, 05:54 PM IST

ନୂଆଦିଲ୍ଲୀ: ଅନ୍ତିମ ସଂସ୍କାର କରିବାକୁ ଯାଇ ୨୦ ଜଣ ନିଜେ ଶବ ହୋଇଯାଇଛନ୍ତି। ୟୁପି ଗାଜିଆବାଦ ସ୍ଥିତ ମୁରାଦନଗରର ଏକ ଶ୍ନସାନର ଛାତ ଭୁଶୁଡ଼ି ପଡ଼ିବାରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଅନ୍ତିମ ସଂସ୍କାର କରୁଥିବା ବେଳେ ଏହି ଅଘଟଣ ଘଟିଛି।

ଦିଲ୍ଲୀ ନିକଟରେ ଥିବା ଗାଜିଆବାଦର ମୁରାଦନଗରରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ପାଇଁ ଛାତ ଭୁଶୁଡି ପଡିଥିବା ଜଣାପଡ଼ିଛି। ଲୋକମାନେ ମଶାଣିରେ ଶେଷ ରୀତିନୀତି କରୁଥିଲେ ଏହି ଦୁର୍ଘଟଣା ଘଟିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏ ନେଇ ଏକ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏନଡିଆରଏଫ ଅଧିକାରୀ ପ୍ରବୀଣ ତିୱାରୀ କହିଛନ୍ତି, ଯେ କୌଣସି କୋଠାର ଅବଧି ୫୦ ବର୍ଷ ପର୍ଯ୍ୟନ୍ତ। କିନ୍ତୁ ଏହି କୋଠାଟି ଏବେ ତିଆରି ହୋଇଛି। ନିର୍ମାଣକୁ ଦେଖିଲେ ଲାଗୁଛି ଯେ ସିମେଣ୍ଟ ଏବଂ ବାଲି ସଠିକ୍ ଅନୁପାତରେ ବ୍ୟବହୃତ ହୋଇନାହିଁ। ତେଣୁ ଏଭଳି ଦୁର୍ଘଟଣା ଘଟିଛି।

Related story