ସ୍ପଷ୍ଟ ହେଲା ରାୟ: ଦୁଇ ବଳାତ୍କାର ମାମଲାରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ, ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଡେରା ସଚ୍ଚା ସୌଦାର ମୁଖ୍ୟ ବାବା ଗୁରମିତ୍‌ ରାମ ରହିମଙ୍କ ବିରୋଧରେ ଆସିଥିବା ରାୟକୁ ନେଇ ପୁଣି ମୋଡ଼ ବଦଳିଛି।  ପ୍ରଥମେ ତାଙ୍କୁ ୧୦  ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଖବର ଆସିଥିଲା। ହେଲେ ଜଜ୍‌ମେଣ୍ଟ କପିରେ ରାମ ରହିମଙ୍କୁ ୨୦  ବର୍ଷ ଜେଲ ଦଣ୍ଡାଦେଶ କରାଯାଥିବା ଉଲ୍ଲେଖ ରହିଛି। ବାବାଙ୍କୁ ଆଇପିସି ଧାରା ୩୭୬ରେ ଏହି ଦଣ୍ଡାଦେଶ ଦିଆଯାଇଛି।  ଯେହେତୁ ବବା ଦୁଇଟି ବଳାତ୍କାର ମାମଲାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି […]

Rakesh Mallick
  • Published: Monday, 28 August 2017
  • , Updated: 28 August 2017, 08:26 PM IST

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଡେରା ସଚ୍ଚା ସୌଦାର ମୁଖ୍ୟ ବାବା ଗୁରମିତ୍‌ ରାମ ରହିମଙ୍କ ବିରୋଧରେ ଆସିଥିବା ରାୟକୁ ନେଇ ପୁଣି ମୋଡ଼ ବଦଳିଛି।  ପ୍ରଥମେ ତାଙ୍କୁ ୧୦  ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଖବର ଆସିଥିଲା। ହେଲେ ଜଜ୍‌ମେଣ୍ଟ କପିରେ ରାମ ରହିମଙ୍କୁ ୨୦  ବର୍ଷ ଜେଲ ଦଣ୍ଡାଦେଶ କରାଯାଥିବା ଉଲ୍ଲେଖ ରହିଛି। ବାବାଙ୍କୁ ଆଇପିସି ଧାରା ୩୭୬ରେ ଏହି ଦଣ୍ଡାଦେଶ ଦିଆଯାଇଛି।  ଯେହେତୁ ବବା ଦୁଇଟି ବଳାତ୍କାର ମାମଲାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତାଙ୍କୁ ୨୦ ବର୍ଷ କାରାଦଣ୍ଡ ଘୋଷଣା କରାଯାଇଛି। ସେହିପରି ବାବା ୫୦୬ରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆପିସିଧାରା ୫୦୬ରେ ଜଣେ ଦୋଶୀଙ୍କୁ ସର୍ବାଧିକ ୨ ବର୍ଷ ଜେଲ ଦଣ୍ଡ ହୋଇଥାଏ।  ସେହି ଅନୁଯାୟୀ ବାବାଙ୍କୁ ୨୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥାଆନ୍ତା। କିନ୍ତୁ କୋର୍ଟ ୨୦ ବର୍ଷ ଭିତରେ ଦଣ୍ଡାଦେଶକୁ ସୀମିତ ରଖିଛନ୍ତି। ଅର୍ଥାତ ବାବାଙ୍କୁ ସର୍ବାଧିକ ୨୦ ବର୍ଷ କାରାବରଣ ଭୋଗିବାକୁ ପଡ଼ିବ। ଦୁଇଟି  ଦୁଷ୍କର୍ମ ମାମଲାରେ ବାବାଙ୍କୁ ୧୦ ବର୍ଷ ଲେଖାଁଏ  ଜେଲରେ ରହିବାକୁ ପଡ଼ିବ। ସେହିପରି ଦୁଇ ଦୁଷ୍କର୍ମ ପୀଡ଼ିତାଙ୍କୁ  ପ୍ରତ୍ୟକେ ୧୫ ଲକ୍ଷ ଟଙ୍କା ଲେଖାଁ ଜରିମାନା ଦେବାକୁ ପଡ଼ିବ । ଅର୍ଥାତ ରାମ ରହିମଙ୍କୁ ମୋଟ ୩୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।  ଅନ୍ୟ ପକ୍ଷରେ ଆସନ୍ତାକାଲି ପର୍ଯ୍ୟନ୍ତ ହରିୟାଣାରେ ଇଣ୍ଟରନେଟ ସେବାକୁ  ରଦ୍ଦ କରାଯାଇଛି।

ରୋହତକ୍‌ସ୍ଥିତ ସୁନାରିଆ ଜିଲ୍ଲାର ଜେଲରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସିବିଆଇର ସ୍ୱତନ୍ତ୍ର ବିଚାରରପତି ଜଗଦୀପ ସିଂ ଏହି ରାୟ ଦେଇଛନ୍ତି। ଗତ ଶୁକ୍ରବାର ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ‌ଏହା ପରେ ବାବାଙ୍କ ଅନୁଗାମୀମାନେ ବ୍ୟାପକ ହିଂକାଣ୍ଡ ଘଟାଇଥିଲେ। ପୋଡ଼ାଜଳା ମଧ୍ୟ କରିଥିଲେ। ଏହି ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣାଦିନ ବାବାଙ୍କୁ ସ୍ୱତନ୍ତ୍ର ହେଲିକପ୍ଟରରେ ରୋହତିକସ୍ଥିତ ଜେଲକୁ ଅଣାଯାଇଥିଲା।

ତେବେ ଆଜି ବାବାଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ଧାର୍ଯ୍ୟ ହୋଇଥିଲା।  ଅନ୍ୟପଟେ ଆଇନ ଶୃଙ୍ଖଳାକୁ ନଜରରେ ରଖି ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏପରିକି ହରିୟାଣାର ସିର୍ସାରେ ସେନା ଛାଉଣୀ କରାଯାଇଥିଲା। ଏତେ କଡ଼ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଆଜି ବାବାଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇଥିଲା। ଆଜି ବି ବାବାଙ୍କ ଅନୁଗାମୀ ଦୁଇଟି ଗାଡ଼ି ଜାଳି ଦେଇଛନ୍ତି। ଆଜି କୋର୍ଟରେ ଶୁଣାଣି ଚାଲୁଥିବା ବେଳେ ବାବା ରାମ ରହିମଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ  ସିବିଆଇ ଓକିଲ ଯୁକ୍ତି ରଖିଥିଲେ।

ସେପଟେ ବାବାଙ୍କ ଓକିଲ ଦଣ୍ଡ କୋହଳ ପାଇଁ ଯୁକ୍ତି ବାଢିଥିଲେ। ସୂଚନା ଅନୁଯାୟୀ ୨୦୦୨ରେ ବାବାଙ୍କ ବିରୋଧରେ ୨ ଜଣ ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ। ପଞ୍ଚକୁଲାର ଆଶ୍ରମ ଭିତରେ ବାବା ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ହରିୟାଣାର ପଞ୍ଚକୁଲାର ସିବିଆଇ କୋର୍ଟରେ ଏହି ମାମଲା ବିଚରାଧୀନ ଥିବା ବେଳେ ୧୫ ବର୍ଷ ପରେ ଅର୍ଥାତ ଗତ ୨୫ ତାରିଖରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟବସ୍ତ କରିଥିଲେ। ଏହି ରାୟ ଆସିବା ପରେ ବାବାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ଅରାଜକତା ସୃଷ୍ଠି କରିଥିଲେ। ସମର୍ଥକମାନ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଲୋକଙ୍କ ଆକ୍ରୋଶରୁ ଗଣମାଧ୍ୟମ ବି ବାଦ ପଡ଼ିନଥିଲା।

Related story