ପୁଣି ଥରେ ଭାରତରେ ଧାର୍ମିକ ହିଂସା କଥା ଉଠାଇଲା ଆମେରିକା

ୱାଶିଂଟନ୍: ଭାରତରେ ଧର୍ମ ଓ ସାମ୍ପ୍ରଦାୟିକକୁ ନେଇ ପୁଣି ଥରେ ଆମେରିକାରେ ଏକ ନୂଆ ରିପୋର୍ଟ ଜାରି କରିଛି। ଆମେରିକା ବୈଦେଶିକ ବିଭାଗର ‘ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ଆଜାଦୀ ୨୦୧୪’ରେ ଏହି ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ ଭାରତରେ ଧର୍ମକୁ ଆଧାର କରି ହିଂସା, ଦଙ୍ଗା, ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ ଓ ଗିରଫଦାରୀ ଭଳି ଘଟଣା ଘଟିଛି। ଆଉ କିଛି ମାମଲାରେ ପୋଲିସ ସାମ୍ପ୍ରଦାୟିକ ହିଂସାକୁ ଠିକ୍ ଭାବେ ମୁକାବିଲା କରିବାକୁ ବିଫଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି […]

john-ke

Rakesh Mallick
  • Published: Thursday, 15 October 2015
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଭାରତରେ ଧର୍ମ ଓ ସାମ୍ପ୍ରଦାୟିକକୁ ନେଇ ପୁଣି ଥରେ ଆମେରିକାରେ ଏକ ନୂଆ ରିପୋର୍ଟ ଜାରି କରିଛି। ଆମେରିକା ବୈଦେଶିକ ବିଭାଗର ‘ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ଆଜାଦୀ ୨୦୧୪’ରେ ଏହି ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ ଭାରତରେ ଧର୍ମକୁ ଆଧାର କରି ହିଂସା, ଦଙ୍ଗା, ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ ଓ ଗିରଫଦାରୀ ଭଳି ଘଟଣା ଘଟିଛି। ଆଉ କିଛି ମାମଲାରେ ପୋଲିସ ସାମ୍ପ୍ରଦାୟିକ ହିଂସାକୁ ଠିକ୍ ଭାବେ ମୁକାବିଲା କରିବାକୁ ବିଫଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ବୈଦେଶିକ ମନ୍ତ୍ରୀ ଜନ୍ କେରୀଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ରିପୋର୍ଟରେ ବିଦେଶ ବିଭାଗ ପକ୍ଷରୁ ଭାରତ ସମ୍ପର୍କରେ ଏପରି କୁହାଯାଇଛି । ଏହାସହ କିଛି ସରକାରୀ ଅଧିକାରୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଉଲ୍ଲେଖ ରହିଛି ।

Related story