୨୩ରୁ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶସନ। ଏହା ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୬ରୁ ବିରତି ପରେ ପୁଣି ଏପ୍ରିଲ ୨୪ରୁ ଆରମ୍ଭ ହୋଇ ମେ’ ୧୩ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଫେବୃଆରୀ ୨୫ ତାରିଖରେ ଉପସ୍ଥାପିତ ହେବ ରେଳ ବଜେଟ୍। ଏହାପରେ ୨୯ ତାରିଖରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ। ବଜେଟର ପ୍ରଥମ ଦିନର ମିଳିତ ଅଧିବେଶନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦବୋଧନ […]

parlament

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 11:58 AM IST

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶସନ। ଏହା ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୬ରୁ ବିରତି ପରେ ପୁଣି ଏପ୍ରିଲ ୨୪ରୁ ଆରମ୍ଭ ହୋଇ ମେ’ ୧୩ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଫେବୃଆରୀ ୨୫ ତାରିଖରେ ଉପସ୍ଥାପିତ ହେବ ରେଳ ବଜେଟ୍। ଏହାପରେ ୨୯ ତାରିଖରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ। ବଜେଟର ପ୍ରଥମ ଦିନର ମିଳିତ ଅଧିବେଶନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦବୋଧନ ଦେବେ।

ଦିଲ୍ଲୀରେ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବିଭିନ୍ନ ଦଳର ନେତାଙ୍କ ସହ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ସଂସଦ ବଜେଟ୍ ଅଧିବେଶନ ବିରତିକୁ ନେଇ ମତ ପାର୍ଥକ୍ୟ ଦେଖାଦେଇଥିଲା। ଏଥିସହ ଜିଏସଟି ବିଲ୍ କିଭଳି ସୁରୁଖୁରୁରେ ଅଧିବେଶନରେ ପାରିତ ହେବ ସେନେଇ ଆଲୋଚନା ହୋଇଥିଲା।

ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ପୋଲାଭରମ୍ ପ୍ରକଳ୍ପ, ରେଳ ବଜେଟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଆଦି ପ୍ରସଙ୍ଗ ନେଇ ମଧ୍ୟ ଅବଗତ କରାଯାଇଥିଲା।

Related story