୨୩,୦୦୦ ବିପଜ୍ଜନକ ୱେବ୍‌ସାଇଟ୍‌ ଚିହ୍ନଟ, ଆତ୍ମହତ୍ୟା କରିବାକୁ ଉସୁକାଉଛନ୍ତି

ନୂଆଦିଲ୍ଲୀ: ଜୀବନଘାତକ ଅନ୍‌ଲାଇନ୍ ଗେମ୍‌ ବ୍ଲୁ ହୁଏଲକୁ ନେଇ ଏବେ ସବୁଠି ଚର୍ଚ୍ଚା। ଭାରତ ସମେତ ବିଶ୍ୱର ଆହୁରି ଅନେକ ଦେଶରେ ବ୍ଲୁ ହୁଏଲ୍ ନେଇ ସାରିଲାଣି ଅନେକ ଜୀବନ। ଏଭଳି ଏକ ସମୟରେ ରୁଷର ଉପଭୋକ୍ତା ସୁରକ୍ଷା ୱାଚ୍‌ଡଗ୍‌ ରୋସ୍ପୋତ୍ରେବନାଦଜୋର କହିଛି ଯେ ଗତ ପାଞ୍ଚ ବର୍ଷରେ ଏହା ୨୩,୦୦୦ରୁ ଅଧିକ ୱେବ୍‌ସାଇଟ୍‌କୁ ଚିହ୍ନଟ କରିଛି ଯେଉଁଗୁଡ଼ିକ ଆତ୍ମହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଉଛନ୍ତି ଅବା କେମିତି ଆତ୍ମହତ୍ୟା କରିବାକୁ ହୁଏ ତାହା ବତାଇ ଦେଉଛନ୍ତି। […]

suicide

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 10:46 AM IST

ନୂଆଦିଲ୍ଲୀ: ଜୀବନଘାତକ ଅନ୍‌ଲାଇନ୍ ଗେମ୍‌ ବ୍ଲୁ ହୁଏଲକୁ ନେଇ ଏବେ ସବୁଠି ଚର୍ଚ୍ଚା। ଭାରତ ସମେତ ବିଶ୍ୱର ଆହୁରି ଅନେକ ଦେଶରେ ବ୍ଲୁ ହୁଏଲ୍ ନେଇ ସାରିଲାଣି ଅନେକ ଜୀବନ। ଏଭଳି ଏକ ସମୟରେ ରୁଷର ଉପଭୋକ୍ତା ସୁରକ୍ଷା ୱାଚ୍‌ଡଗ୍‌ ରୋସ୍ପୋତ୍ରେବନାଦଜୋର କହିଛି ଯେ ଗତ ପାଞ୍ଚ ବର୍ଷରେ ଏହା ୨୩,୦୦୦ରୁ ଅଧିକ ୱେବ୍‌ସାଇଟ୍‌କୁ ଚିହ୍ନଟ କରିଛି ଯେଉଁଗୁଡ଼ିକ ଆତ୍ମହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଉଛନ୍ତି ଅବା କେମିତି ଆତ୍ମହତ୍ୟା କରିବାକୁ ହୁଏ ତାହା ବତାଇ ଦେଉଛନ୍ତି।

ନ୍ୟୁଜ୍ ଏଜେନ୍ସୀ ସିନ୍‌ହୁଆ ଅନୁଯାୟୀ ରୋସ୍ପୋତ୍ରେବନାଦଜୋର ପକ୍ଷରୁ ଗତ ମଙ୍ଗଳବାର ଏକ ବୟାନ ଜାରି କରି କୁହାଯାଇଥିଲା ଯେ ୨୦୧୨ ମସିହା ନଭେମ୍ବର ୧ ତାରିଖରୁ ଏହା ୨୫,୦୦୦ରୁ ଅଧିକ ୱେବ୍‌ସାଇଟ୍‌ର ଯାଞ୍ଚ କରାଯାଇଥିଲା। ଏଥିରୁ ୨୩,୭୦୦ଟି ୱେବ୍‌ସାଇଟ୍‌ ସଂପର୍କରେ ସାଂଘାତିକ କଥା ସାମ୍ନାକୁ ଆସିଛି। ଏଗୁଡ଼ିକ ଆତ୍ମହତ୍ୟା କରିବାର ଉପାୟ ସଂପର୍କରେ ଲୋକଙ୍କୁ ସୂଚନା ଦେଉଛନ୍ତି। ଆତ୍ମହତ୍ୟା ସଂପର୍କିତ ଆହୁରି କିଛି ସୂଚନା ମଧ୍ୟ ଏହି ୱେବ୍‌ସାଇଟ୍‌ଗୁଡ଼ିକ ଦେଉଛନ୍ତି ଯାହିକି ଲୋକଙ୍କ ପାଇଁ ଘାତକ ସାଜିଛି।

ରୁଷର ପରିସଂଖ୍ୟାନ ଏଜେନ୍ସୀ ରୋଷ୍ଟେଟ୍‌ କହିଛି ଯେ ଏଠାରେ ଆତ୍ମହତ୍ୟା ଏକ ବଡ଼ ସାମାଜିକ ପ୍ରସଙ୍ଗ। ଏହାକୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି।

ଭାରତରେ ବ୍ଲୁ ହୁଏଲ ଆତଙ୍କ

ବ୍ଲୁ ହୁଏଲ ଗେମ୍‌ର ଚ୍ୟାଲେଞ୍ଜ ଯୋଗୁଁ ଭାରତରେ ପ୍ରଥମେ ମୁମ୍ବାଇରେ ଜଣେ ବାଳକ ଆତ୍ମହତ୍ୟା କରିଥିଲେ। ଏହା ପରେ ଏହି ଗେମ୍‌ ଯୋଗୁଁ ଆହୁରି କିଛି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଭାରତ ସରକାର ଏହି ଗେମ୍ ଉପରେ ବ୍ୟାନ୍ ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସୋସିଆଲ୍ ମିଡିଆରୁ ଏହି ଗେମ୍‌କୁ ହଟାଇ ଦେବା ପାଇଁ ଦାବି କରିଛନ୍ତି।

ବ୍ଲୁ ହୁଏଲ ଏମିତି ଏକ ଜାଲ ଯେଉଁଥିରେ ଲୋକେ ସହଜରେ ଫଶି ଯାଉଛନ୍ତି। ସୋସିଆଲ୍ ମିଡିଆରେ ଏହି ଖେଳ ଖେଳାଯାଉଛି। କିଛି ଲୋକ କହିଛନ୍ତି ସ୍ମାର୍ଟଫୋନ୍‌ରେ ଏହାର ଆପ୍ ଇନ୍‌ଷ୍ଟଲ୍ କରି ବି ଏହାକୁ ଖେଳା ଯାଇପାରିବ। ଏହି ଗେମ୍‌ରେ ଅନେକ ବିପଜ୍ଜନକ ଚ୍ୟାଲେଞ୍ଜ ଦିଆଯାଏ। ଶେଷ ଚ୍ୟାଲେଞ୍ଜରେ ଆତ୍ମହତ୍ୟା କରିବାକୁ ଉସୁକା ଯାଇଥାଏ। ସେଥିପାଇଁ ଏହା ସାରା ବିଶ୍ୱରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

Related story