ଛାତ ଭୁଶୁଡ଼ି ୨୫ ଜଣ ସ୍କୁଲ ପିଲା ଆହତ

ନୂଆଦିଲ୍ଲୀ: ସ୍କୁଲରେ ଛାତ ଭୁଶୁଡ଼ି ୨୫ ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋ ଇଛନ୍ତି। ହରିୟାଣାର ସୋନେପାଟରେ ଏହି ଅଘଟଣା ଘଟିଛି। ଆହତ ଛାତ୍ରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ହରିୟାଣାର ଜିଭାନନ୍ଦ ମଡେଲ୍ ପବ୍ଲିକ୍ ସ୍କୁଲର ଛାତ ମରାମତି କାମ ଚାଲୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ସୋନିପତର ଗନ୍ନୌରରେ […]

598

Tapas Behera
  • Published: Thursday, 23 September 2021
  • , Updated: 23 September 2021, 04:11 PM IST

ନୂଆଦିଲ୍ଲୀ: ସ୍କୁଲରେ ଛାତ ଭୁଶୁଡ଼ି ୨୫ ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋ ଇଛନ୍ତି। ହରିୟାଣାର ସୋନେପାଟରେ ଏହି ଅଘଟଣା ଘଟିଛି। ଆହତ ଛାତ୍ରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ହରିୟାଣାର ଜିଭାନନ୍ଦ ମଡେଲ୍ ପବ୍ଲିକ୍ ସ୍କୁଲର ଛାତ ମରାମତି କାମ ଚାଲୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ସୋନିପତର ଗନ୍ନୌରରେ ଘଟିଛି।  ଦୁର୍ଘଟଣାରେ ତିନି ଜଣ ଶ୍ରମିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀମାନଙ୍କୁ ଗନ୍ନୌର କମ୍ୟୁନିଟି ହସ୍ପିଟାଲକୁ ପଠାଯାଇଥିବା ବେଳେ ୫ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଖାନପୁରର ପିଜିଆକୁ ପଠାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ୨୫ଜଣ ଛାତ୍ରଛାତ୍ରୀ ଆହତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related story