ମୁଡ ଅଫ ନେଶନ: କୋଭିଡ ମୁକାବିଲା ମୋଦି ସରକାରଙ୍କ ବଡ଼ ବିଫଳତା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ବିଶ୍ୱର କରୋନା ପ୍ରଭାବିତ ତାଲିକାରେ ୩ୟ ସ୍ଥାନରେ ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ଆଜି ଯାଏ ଯେତେ ସମସ୍ୟା ଆସିଛି ସେଥି ମଧ୍ୟରୁ ମୋଦି ସରକାର କରୋନା ମୁକାବିଲାରେ ସବୁଠାରୁ ପଛରେ ପଡ଼ି ଯାଇଛନ୍ତି। ଇଣ୍ଡିଆ ଟୁଡେ ଓ କାର୍ଭି ଇନସାଇଟସ୍ ମୁଡ ଅଫ ନେଶନ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଦେଶର ୨୫% ଲୋକ ସର୍ଭେ ବେଳେ କହିଛନ୍ତି ଯେ ମୋଦି ସରକାର କରୋନା […]

ue

Hemant Lenka
  • Published: Saturday, 08 August 2020
  • , Updated: 08 August 2020, 07:52 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ବିଶ୍ୱର କରୋନା ପ୍ରଭାବିତ ତାଲିକାରେ ୩ୟ ସ୍ଥାନରେ ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ଆଜି ଯାଏ ଯେତେ ସମସ୍ୟା ଆସିଛି ସେଥି ମଧ୍ୟରୁ ମୋଦି ସରକାର କରୋନା ମୁକାବିଲାରେ ସବୁଠାରୁ ପଛରେ ପଡ଼ି ଯାଇଛନ୍ତି।

ଇଣ୍ଡିଆ ଟୁଡେ ଓ କାର୍ଭି ଇନସାଇଟସ୍ ମୁଡ ଅଫ ନେଶନ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଦେଶର ୨୫% ଲୋକ ସର୍ଭେ ବେଳେ କହିଛନ୍ତି ଯେ ମୋଦି ସରକାର କରୋନା ମୁକାବିଲାରେ ସଂପୂର୍ଣ୍ଣ ଭାବେ ଫେଲ ମାରିଛନ୍ତି। ଏହା ପଛକୁ ବେକାରୀ ସମସ୍ୟା ରହିଛି। ୨୩% ଲୋକ ବେକାରୀ ସମସ୍ୟା ମୁକାବିଲାରେ ମୋଦି ସରକାର ଫେଲ ବୋଲି କହିଛନ୍ତି।

ଭାରତରେ ପ୍ରଥମ କରୋନା ରୋଗୀ ଜାନୁଆରୀ ୩୦ରେ ଚିହ୍ନଟ ହୋଇଥିଲେ। କେରଳର ଥ୍ରୀସୁର ଠାରେ ଜଣେ ମେଡିକାଲ ଛାତ୍ରଙ୍କ ଶରୀରରେ ଏହି ଭୂତାଣୁ ଠାବ ହୋଇଥିଲା। ଏହା ଭିତରେ ଦେଶ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ନିକଟରେ ପହଞ୍ଚି ଗଲାଣି।

ସର୍ଭେ ସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତା କ’ଣ? ଏହାର ଉତ୍ତରେ ୨୫% ଲୋକ କହିଛନ୍ତି ଯେ କରୋନା ମୁକାବିଲା ସରକାରଙ୍କ ବଡ଼ ବିଫଳତା। ସେହିପରି ଲକଡାଉନ ବେଳେ ପ୍ରବାସୀଙ୍କ ସମସ୍ୟାକୁ ମୁକାବିଲାରେ ମୋଦି ସରକାର ଫେଲ ବୋଲି ୧୪% ଲୋକ କହିଛନ୍ତି। ୬% ଲୋକ ସରକାର ମେଡିକାଲ ଭିତ୍ତି ଭୂମି ତିଆରି କରିବାରେ ଫେଲ୍‌ ବୋଲି କହିଥିବା ବେଳେ ୬% ଲୋକ ଚାଷୀଙ୍କ ସମସ୍ୟା ଦୂର କରିବାରେ ମୋଦି ସରକାର ଫେଲ ବୋଲି କହିଛନ୍ତି।

ବିଭିନ୍ନ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ କରିବାରେ ୧୧% ଲୋକ ସରକାର ବିଫଳ ବୋଲି ସର୍ଭେ ବେଳେ କହିଛନ୍ତି। ସେହିରି ଦେଶର ଅର୍ଥନୀତିକ ସମସ୍ୟାକୁ ମୁକାବିଲା କରିବେରେ ମୋଦି ସରକାର ଫେଲ ବୋଲି ୭% ଲୋକ ମତ ଦେଇଛନ୍ତି।

ଏହାପୂର୍ବରୁ ଜାନୁଆରୀମାସରେ ପ୍ରକାଶ ପାଇଥିବା ମୁଡ ଅଫ ନେଶନ ସର୍ଭେରେ ବେକାରୀ ସମସ୍ୟାକୁ ମୁକାବିଲା କରିବାରେ ସରକାର ଫେଲ ବୋଲି ୩୨% ଲୋକ ମତ ଦେଇଥିଲେ। ହେଲେ ଏବେ ୨୩% ଲୋକ ବେକାରୀ ସମସ୍ୟା ମୁକାବିଲା କରିବାରେ ସରକାର ଫେଲ ବୋଲି କହିଛନ୍ତି।

Related story