୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ୍

ଇସଲାମାବାଦ: ୨୦୦୮ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍କର ଆତଙ୍କୀ ଜାକିଉର ରେହମାନ୍ ଲଖବି (zakiur rehman lakhvi) ଗିରଫ୍। ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଗିରଫ୍ ହୋଇଛି ଜାକିଉର। ପାକିସ୍ତାନରେ ଆଜି ଗିରଫ୍ ହୋଇଛି ଏହି କୁଖ୍ୟାତ ଆତଙ୍କବାଦୀ। ୨୦୧୫ରେ ପାକିସ୍ତାନ ସରକାର ଜାକିଉର ରେହମାନକୁ ଗିରଫ କରିଥିଲା। ହେଲେ ତା ବିରୋଧରେ ଠୋସ୍ ପ୍ରମାଣ ନଥିବା ଦର୍ଶାଇ ତାକୁ ମୁକ୍ତ କରିଥିଲା ପାକିସ୍ତାନ ସରକାର। ଏହାପରେ ବି ଜାକିଉର ରେହମାନ ଆତଙ୍କବାଦର ନେତୃତ୍ୱ […]

ZAKIR-UR-REHMAN

Subhransu Sekhar
  • Published: Saturday, 02 January 2021
  • , Updated: 02 January 2021, 04:31 PM IST

ଇସଲାମାବାଦ: ୨୦୦୮ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍କର ଆତଙ୍କୀ ଜାକିଉର ରେହମାନ୍ ଲଖବି (zakiur rehman lakhvi) ଗିରଫ୍। ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଗିରଫ୍ ହୋଇଛି ଜାକିଉର। ପାକିସ୍ତାନରେ ଆଜି ଗିରଫ୍ ହୋଇଛି ଏହି କୁଖ୍ୟାତ ଆତଙ୍କବାଦୀ।

୨୦୧୫ରେ ପାକିସ୍ତାନ ସରକାର ଜାକିଉର ରେହମାନକୁ ଗିରଫ କରିଥିଲା। ହେଲେ ତା ବିରୋଧରେ ଠୋସ୍ ପ୍ରମାଣ ନଥିବା ଦର୍ଶାଇ ତାକୁ ମୁକ୍ତ କରିଥିଲା ପାକିସ୍ତାନ ସରକାର। ଏହାପରେ ବି ଜାକିଉର ରେହମାନ ଆତଙ୍କବାଦର ନେତୃତ୍ୱ ନେଉଥିଲା।

୨୦୧୯ ସେପ୍ଚେମ୍ୱରରେ ଭାରତ ସରକାର ୟୁଏପିଏ ଆଇନ୍ ଆଧାରରେ ଜାକିଉର ରେହମାନକୁ ଗିରଫ୍ କରିଥିଲା। ଏହାପରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଜାକିଉର ରେହମାନକୁ ବୈଷୟିକ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା।

୨୬/୧୧ ଆତଙ୍କବାଦୀ ଆକ୍ରମଣ ପଛରେ ଆତଙ୍କବାଦୀ ହାଫିଜ୍ ସଇଦ ସହ ମିଶି ଜାକିର ରେହମାନ ପ୍ଲାନ୍ କରିଥିଲା ବୋଲି ଜଣାପଡ଼ିଥିଲା। ଏହି ଆକ୍ରମଣରେ ୧୬୬ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ।

Related story