ଯୁବକଙ୍କ ଗୋଟିଏ ଟ୍ୱିଟ୍‌ ବଞ୍ଚାଇ ଦେଲା ୨୬ ନାବାଳିକାଙ୍କ ଜୀବନ

ନୂଆଦିଲ୍ଲୀ: ଜଣେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ୍‌ରୁ ଉଦ୍ଧାର ହେଲେ ୨୬ ଜଣ ନାବାଳିକା। ମୁଜାଫରପୁରରୁ ବାନ୍ଦ୍ରା ଯାଉଥିବା ଅୱଧ ଏକ୍ସପ୍ରେସରେ ଏତେ ସଂଖ୍ୟାରେ ନାବାଳିକାମାନେ କାନ୍ଦୁଥିବାର ଦେଖି ସେମାନେ କୌଣସି ସମସ୍ୟାରେ ପଡ଼ିଥିବା ଆଶଙ୍କା କରି ଜଣେ ଯାତ୍ରୀ ରେଳବାଇକୁ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ୨୬ ଜଣ ନାବାଳିକଙ୍କୁ ଉଦ୍ଧାର କରାଯାଇଥିଲା। ଜୁଲାଇ ୫ ତାରିଖରେ ଘଟିଛି ଏହି ଘଟଣା। ଖବର ଅନୁସାରେ, ଯାତ୍ରୀ ଜଣକ ଅୱଧ […]

girl

girl

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 09:58 AM IST

Sports

Latest News

ନୂଆଦିଲ୍ଲୀ: ଜଣେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ୍‌ରୁ ଉଦ୍ଧାର ହେଲେ ୨୬ ଜଣ ନାବାଳିକା। ମୁଜାଫରପୁରରୁ ବାନ୍ଦ୍ରା ଯାଉଥିବା ଅୱଧ ଏକ୍ସପ୍ରେସରେ ଏତେ ସଂଖ୍ୟାରେ ନାବାଳିକାମାନେ କାନ୍ଦୁଥିବାର ଦେଖି ସେମାନେ କୌଣସି ସମସ୍ୟାରେ ପଡ଼ିଥିବା ଆଶଙ୍କା କରି ଜଣେ ଯାତ୍ରୀ ରେଳବାଇକୁ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ୨୬ ଜଣ ନାବାଳିକଙ୍କୁ ଉଦ୍ଧାର କରାଯାଇଥିଲା। ଜୁଲାଇ ୫ ତାରିଖରେ ଘଟିଛି ଏହି ଘଟଣା।

ଖବର ଅନୁସାରେ, ଯାତ୍ରୀ ଜଣକ ଅୱଧ ଏକ୍ସପ୍ରେସ୍‌ର S5 କୋଚ୍‌ରେ ଯାତ୍ରା କରୁଥିବା ବେଳେ ୨୬ ଜଣ ଝିଅ କାନ୍ଦୁଥିବା ସହିତ ଭୟାତୁର ହୋଇ ଏପାଖସେପାଖ ଅନାଉଥିବାର ଦେଖିବାକୁ ପାଇଥିଲେ। କିଛି ଗଡ଼ବଡ଼ ଥିବା ଅନୁଭବ କରି ସେ ତୁରନ୍ତ ଟ୍ୱିଟ୍‌ କରି ଏ ସମ୍ପର୍କରେ ରେଳବାଇକୁ ଜଣାଇଥିଲେ। ଏହାପରେ ବାରଣାସୀ ଓ ଲକ୍ଷ୍ନୌ ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ଆକ୍ସନ୍‌ ମୁଡ୍‌ରେ ଆସି ଘଟଣାର ତଦନ୍ତ କରିଥିଲା। ଏହାର ଅଧଘଣ୍ଟା ପରେ ଆର୍‌ପିଏଫ୍‌ ଯବାନ ଓ ଜିଆର୍‌ପି ସାହାଯ୍ୟରେ ୨୬ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ହୋଇଥିବା ନାବାଳିକାଙ୍କ ବୟସ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଏମାନେ ସମସ୍ତେ ବିହାରର ପଶ୍ଚିମ ଚମ୍ପାରନ ଅଞ୍ଚଳର ବୋଲି ଜଣାପଡ଼ିଛି। ନାବାଳିକାମାନଙ୍କୁ ଉଦ୍ଧାର କରିବା ପରେ ପ୍ରାଥମିକ ପଚରାଉଚରା କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା ଓ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏଥିସହିତ ଏହି ନାବାଳିକାମାନଙ୍କୁ ନେଇ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story