୨୬ରେ ରାହୁଲ ଯିବେ ଜମ୍ମୁ ଓ କାଶ୍ମୀର

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଅଗଷ୍ଟ ୨୬-୨୭ ତାରିଖରେ ଜମ୍ମୁ ଓ କାଶ୍ମୀର ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ସେ ଜମ୍ମୁ ଓ କାଶ୍ମର ଗସ୍ତରେ ଯାଉଛନ୍ତି ବୋଲି ଜଣାପଡ଼ିଛି। ସେ ଲଦାଖ ଓ ପୁଞ୍ଚ ଅଞ୍ଚଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଗାଁ ଲୋକଙ୍କୁ ଭେଟିବେ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ରାହୁଲ ଏହି ଗସ୍ତ ବେଳେ ପାକିସ୍ତାନର ଯୁଦ୍ଧବିରତି ନିୟମ ଉଲ୍ଲଂଘନ  […]

rahul

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 08:24 AM IST

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଅଗଷ୍ଟ ୨୬-୨୭ ତାରିଖରେ ଜମ୍ମୁ ଓ କାଶ୍ମୀର ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ସେ ଜମ୍ମୁ ଓ କାଶ୍ମର ଗସ୍ତରେ ଯାଉଛନ୍ତି ବୋଲି ଜଣାପଡ଼ିଛି। ସେ ଲଦାଖ ଓ ପୁଞ୍ଚ ଅଞ୍ଚଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଗାଁ ଲୋକଙ୍କୁ ଭେଟିବେ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି।

ରାହୁଲ ଏହି ଗସ୍ତ ବେଳେ ପାକିସ୍ତାନର ଯୁଦ୍ଧବିରତି ନିୟମ ଉଲ୍ଲଂଘନ  ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓ ବାରମ୍ବାର କ୍ଷତିଗ୍ରସ୍ତ ହୋଇ ଆସୁଥିବା ଗାଁର ଲୋକମାନଙ୍କୁ ଭେଟିବେ। ରାହୁଲଙ୍କ ଏହି ଗସ୍ତ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବ ବୋଲି କୁହାଯାଉଛି। କଂଗ୍ରେସ ପକ୍ଷରୁ କୁହାଯିବ ଯେ ରାହୁଲ ସୀମା ପାଖ ଗାଁଗୁଡ଼ିକୁ ଯାଉଛନ୍ତି ଓ ଲୋକଙ୍କ ସୁଖଦୁଃଖ କଥା ବୁଝୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ପାଖ ଗାଁଗୁଡ଼ିକୁ ଯାଉ ନାହାନ୍ତି।

Related story