ଆଉ କିଛି ସମୟ ପରେ କଂଗ୍ରେସର ଦେଶ୍ କୀ ବାତ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ ଟକ୍ ଶୋ ମନ୍ କୀ ବାତ କାର୍ଯ୍ୟକ୍ରମକୁ କାଉଣ୍ଟର କରିବ କଂଗ୍ରେସ। ଏଥିପାଇଁ କଂଗ୍ରେସ ଦେଶ-କୀ-ବାତ୍ ଅର୍ଥାତ୍ ଦେଶର କଥା ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ସୋଶାଲ ମିଡିଆରେ ଆରମ୍ଭ କରିବ। ଆଜି ସକାଳ ୧୧ଟାରେ ଏହି କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ ରହିଛି। କଂଗ୍ରେସ ମୁଖପାତ୍ର ପବନ ଖେରା ଆଜି ଏହି କାର୍ଯ୍ୟକ୍ରମକୁ ସଂଞ୍ଚାଳନ କରିବେ। ଦେଶବାସୀଙ୍କ ଅନେକ ପ୍ରସଙ୍ଗ ଏବେ […]

congress office

Subhransu Sekhar
  • Published: Saturday, 26 October 2019
  • , Updated: 26 October 2019, 10:02 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ ଟକ୍ ଶୋ ମନ୍ କୀ ବାତ କାର୍ଯ୍ୟକ୍ରମକୁ କାଉଣ୍ଟର କରିବ କଂଗ୍ରେସ। ଏଥିପାଇଁ କଂଗ୍ରେସ ଦେଶ-କୀ-ବାତ୍ ଅର୍ଥାତ୍ ଦେଶର କଥା ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ସୋଶାଲ ମିଡିଆରେ ଆରମ୍ଭ କରିବ। ଆଜି ସକାଳ ୧୧ଟାରେ ଏହି କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ ରହିଛି। କଂଗ୍ରେସ ମୁଖପାତ୍ର ପବନ ଖେରା ଆଜି ଏହି କାର୍ଯ୍ୟକ୍ରମକୁ ସଂଞ୍ଚାଳନ କରିବେ।

ଦେଶବାସୀଙ୍କ ଅନେକ ପ୍ରସଙ୍ଗ ଏବେ ଲୁଚି ଯାଉଛି। ଲୋକଙ୍କ ସମସ୍ୟା ସହ ଯୋଡ଼ି ହେବା ପାଇଁ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ସୋଶାଲ ମଡିଆ ଜରିଆରେ ଆରମ୍ଭ କରିବାକୁ ଯାଉଛି। ସରକାରର ବିଫଳତା, ପ୍ରତିଶ୍ରୁତି, ବେରୋଜଗାର, ଦେଶର ଅର୍ଥନୀତି ଆଦି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସହ ଏହି କାର୍ଯ୍ୟକ୍ରମ ଜରିଆରେ ଯୋଡ଼ି ହେବ କଂଗ୍ରେସ। ଏ ନେଇ କଂଗ୍ରେସ ସୋଶାଲ ମିଡିଆ ମୁଖ୍ୟ ରୋହନ ଗୁପ୍ତା ସୂଚନା ଦେଇଛନ୍ତି।

https://twitter.com/INCIndia/status/1187696053883211776

ଦେଶରେ ଥିବା ମିଡିଆ କଂଗ୍ରେସକୁ ଗୁରୁତ୍ୱ ଦେଉନଥିବାରୁ ସୋଶାଲ ମିଡିଆକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ପାଖରେ ଦଳ ପହଞ୍ଚିବ ବୋଲି କଂଗ୍ରେସ କହିଛି। ତେବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ମଧ୍ୟ ମନ୍-କୀ-ବାତ୍ କୁ କାଉଣ୍ଟର କରିବାକୁ ଦିଲ୍ଲୀରେ କାମ୍-କୀ-ବାତ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସୋଶାଲ ମିଡିଆ ଜରିଆରେ ସେ ଦିଲ୍ଲୀବାସୀଙ୍କ ପାଇଁ ସେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ହେଲେ ସେ ଏହି କାର୍ଯ୍ୟକ୍ରମକୁ ରେଗୁଲାର ଭାବରେ କରିପାରିନଥିଲେ। ଫଳରେ ଲୋକଙ୍କ ନଜରକୁ ଏହି କାର୍ଯ୍ୟକ୍ରମ ଆସି ପାରିନାହିଁ।

Related story