୨୮ ତାରିଖରେ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ‘ୱାନ୍ ରାଙ୍କ୍ ୱାନ୍ ପେନସନ୍’

ନୂଆଦିଲ୍ଲୀ: ଅଗଷ୍ଟ ୨୮ ତାରିଖରେ ସେନାର ଯବାନଙ୍କ ପାଇଁ ଏକ ଖୁସି ଖବର ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ସେ ‘ୱାନ୍ ରାଙ୍କ୍ ୱାନ୍ ପେନସନ୍’ ସଂପର୍କରେ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ମନ୍ତ୍ରଣାଳୟ ସହିତ ବିଚାରବିମର୍ଶ କରିସାରିଥିବା କୁହାଯାଉଛି। ତେବେ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ‘ୱାନ୍ ରାଙ୍କ୍ ୱାନ୍ ପେନସନ୍’ ନେଇ ଆନ୍ଦୋଳନ ତେଜିବା ପରେ ଯାଇ ପ୍ରଧାନମନ୍ତ୍ରୀ […]

ex-armymen

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 10:39 AM IST

ନୂଆଦିଲ୍ଲୀ: ଅଗଷ୍ଟ ୨୮ ତାରିଖରେ ସେନାର ଯବାନଙ୍କ ପାଇଁ ଏକ ଖୁସି ଖବର ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ସେ ‘ୱାନ୍ ରାଙ୍କ୍ ୱାନ୍ ପେନସନ୍’ ସଂପର୍କରେ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ମନ୍ତ୍ରଣାଳୟ ସହିତ ବିଚାରବିମର୍ଶ କରିସାରିଥିବା କୁହାଯାଉଛି। ତେବେ ଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

‘ୱାନ୍ ରାଙ୍କ୍ ୱାନ୍ ପେନସନ୍’ ନେଇ ଆନ୍ଦୋଳନ ତେଜିବା ପରେ ଯାଇ ପ୍ରଧାନମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି। ସେନାର ଅବସରପ୍ରାପ୍ତ ଯବାନ ଓ ଅଧିକାରୀମାନେ ‘ୱାନ୍ ରାଙ୍କ୍ ୱାନ୍ ପେନସନ୍’ ଦାବି କରି ଗତ ୮ ଦିନ ହେଲାଣି ନୂଆଦିଲ୍ଲୀର ଯନ୍ତର ମନ୍ତର ଠାରେ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନରେ ବସିଥିବା କର୍ଣ୍ଣେଲ୍ ପୁଷ୍ପେନ୍ଦ୍ର ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ହାବିଲଦାର ମେଜର ସିଂହଙ୍କ ଶରୀରରେ ଜଳୀୟ ଅଂଶ କମିଯିବାରୁ ତାଙ୍କୁ ଅବସ୍ଥା ମଧ୍ୟ ଖରାପ ଅଛି। ସେ ପାଣି ପିଇବା ଛାଡ଼ି ଦେଇଛନ୍ତି।

ସମସ୍ତେ ଆଶା କରିଥିଲେ ଯେ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ‘ୱାନ୍ ରାଙ୍କ୍ ୱାନ୍ ପେନସନ୍’ ନେଇ ଘୋଷଣା କରିବେ। କିନ୍ତୁ ସେମିତି ହେଲା ନାହିଁ। ଏ ନେଇ ଆହୁରି କିଛି କାମ କରିବାକୁ ବାକି ଅଛି କହି ପ୍ରସଙ୍ଗଟିକୁ ଟାଳି ଦେଇଥିଲେ ପ୍ରଧାନମନ୍ତ୍ରୀ।

Related story