ନାବାଳିକାକୁ ଗଣଦୁଷ୍କର୍ମ, ବନ୍ଧୁ ସହ ଥିଲେ ୨୮ଜଣ

ମୁମ୍ବାଇ: ଅମାନବୀୟ, ଅଭାବନୀୟ ଓ ହୃଦୟବିଦାରକ। ପାଶବିକ ଅତ୍ୟାଚାରର ସବୁ ସୀମା ଲଂଘିଗଲେ ଯୌନ ପିପାସୁ । ଦିଲ୍ଲୀ ନିର୍ଭୟା କାଣ୍ଡଭଳି ନାରକୀୟ କାଣ୍ଡ।  ଗଣଦୁଷ୍କର୍ମର ଆଉ ଏକ ଲଜ୍ଜାଜନକ କାହାଣୀ। ଜଣେ ନାବାଳିକାକୁ ଜଣେ କି ଦୁଇଜଣ ନୁହଁ ୨୯ ଜଣ କରିଛନ୍ତି ଦୁଷ୍କର୍ମ। ମହରାଷ୍ଟ୍ରର ଥାନେ ଜିଲ୍ଲାରେ ଏମିତି ଏକ ସ୍ପର୍ଶକାତର ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ୨୪ ଜଣଙ୍କୁ  ଗିରଫ କରିଛି ଏବଂ ୨ ଜଣ ଅଟକ ଅଛନ୍ତି। ଜଣେ ୧୫ […]

rape

Tapas Behera
  • Published: Thursday, 23 September 2021
  • , Updated: 23 September 2021, 06:39 PM IST

ମୁମ୍ବାଇ: ଅମାନବୀୟ, ଅଭାବନୀୟ ଓ ହୃଦୟବିଦାରକ। ପାଶବିକ ଅତ୍ୟାଚାରର ସବୁ ସୀମା ଲଂଘିଗଲେ ଯୌନ ପିପାସୁ । ଦିଲ୍ଲୀ ନିର୍ଭୟା କାଣ୍ଡଭଳି ନାରକୀୟ କାଣ୍ଡ।  ଗଣଦୁଷ୍କର୍ମର ଆଉ ଏକ ଲଜ୍ଜାଜନକ କାହାଣୀ। ଜଣେ ନାବାଳିକାକୁ ଜଣେ କି ଦୁଇଜଣ ନୁହଁ ୨୯ ଜଣ କରିଛନ୍ତି ଦୁଷ୍କର୍ମ। ମହରାଷ୍ଟ୍ରର ଥାନେ ଜିଲ୍ଲାରେ ଏମିତି ଏକ ସ୍ପର୍ଶକାତର ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ୨୪ ଜଣଙ୍କୁ  ଗିରଫ କରିଛି ଏବଂ ୨ ଜଣ ଅଟକ ଅଛନ୍ତି।

ଜଣେ ୧୫ ବର୍ଷର ନାବାଳିକାକୁ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଜଣେ ନାବାଳକ ସମେତ ୨୯ ଜଣ କରିଛନ୍ତି ଦୁଷ୍କର୍ମ। ସମ୍ପୃକ୍ତ ନାବାଳିକାଙ୍କ ଦୁଷ୍କର୍ମର ଭିଡିଓ କରି ତାଙ୍କୁ ବାରମ୍ବାର ବ୍ଲାକମେଲିଂ କରି ଏମିତି ଅମାନୁଷିକ କାଣ୍ଡ ଘଟାଉଥିଲେ ଅଭିଯୁକ୍ତ । ନିର୍ଯାତନାର ଅତିଷ୍ଠ ହୋଇ ଶେଷରେ ନାବାଳିକା ଜଣକ  ଡୋମ୍ବିଭାଲିର ମନପଡା ପୁଲିସ ଷ୍ଟେସନ ନିକଟରେ ଅଭିଯୋଗ କରିଛନ୍ତି।

ଅତିରିକ୍ତ ପୋଲିସ କମିଶନର ଦତ୍ତାତ୍ରେୟ ରଲେ କହିଛନ୍ତି, “ପୀଡିତା ଜଣକ  ଗତ ନଅ ମାସ ଧରି  ଅତି ନିଷ୍ଠୁର ଭାବେ ନିର୍ଯାତନାର ଶିକାର ହୋଇଥିବା ବଖାଣିଛନ୍ତି । ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ୨୯ ଜଣଙ୍କ ନାଁ ନେଇଛନ୍ତି ପୀଡ଼ିତା।  ସମ୍ପୃକ୍ତ ୨୯ ଜଣ ଗତ ଜାନୁଆରୀରୁ ସେପ୍ଟେମ୍ବରର ମଧ୍ୟରେ ଦୁଷ୍କର୍ମ କରିଛନ୍ତି।

ଏସିପି କହିଛନ୍ତି ଯେ ଆମେ ସଙ୍ଗେ ସଙ୍ଗେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛୁ । ଅଭିଯୁକ୍ତଙ୍କ ମଧ୍ୟରୁ ୨୪ ଜଣକୁ  ଗିରଫ କରାଯାଇଥିବା ସେ କହିଛନ୍ତି । ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଗ୍ୟାଙ୍ଗରେପ୍‌ ମାମଲା ଏବଂ ପକସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଘଟଣାର ଫୋରେନସିକ୍ ଟିମ୍ ମଧ୍ୟ ତଦନ୍ତ ପାଇଁ ଡକାଯାଇଛି। ଘଟଣାରେ ମୁଖ୍ୟ  ଅଭିଯୁକ୍ତ  ପୀଡ଼ିତାଙ୍କ ବନ୍ଧୁ ସମ୍ପୃକ୍ତି ଥିବା ବେଳେ ସେ ଭିଡିଓ ସୁଟିଂ କରିଥିବା ପୁଲିସ କହିଛି। ତେବେ ଘଟଣାକୁ ଗୁରତର ସହ ନିଆଯାଥିବା ବେଳେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Related story