ବହୁଚର୍ଚ୍ଚିତ ଟୁ-ଜି ମାମଲାରେ ଖସିଗଲେ ୧୭ ଅଭିଯୁକ୍ତ, କଳି ଲାଗିଲେ ମନମୋହନ-ଜେଟଲୀ   

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟୁ-ଜି ଦୁର୍ନୀତି ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ।  ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା, ଡିଏମ୍‌କେ ସାଂସଦ କାନିମୋଇଙ୍କ ସମେତ ସମସ୍ତ ୧୭ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାରୁ ଦୋଷମୁକ୍ତ କରିଛନ୍ତି ପଟିଆଲା ସ୍ୱତନ୍ତ୍ର ଅସିବିଆଇ କୋର୍ଟ । ଏହି ଦୁର୍ନୀତିରେ ତାଙ୍କ ଭୂମିକା ବାସ୍ତବରେ କ’ଣ, କୋର୍ଟଙ୍କ ରାୟରୁ ତାହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ।  ତେବେ ରାୟକୁ କଂଗ୍ରେସ ସମ୍ମାନର ମାପକାଠି ଭାବେ ବିବେଚନା କରୁଛି ବୋଲି […]

k111-1

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 08:20 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟୁ-ଜି ଦୁର୍ନୀତି ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ।  ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା, ଡିଏମ୍‌କେ ସାଂସଦ କାନିମୋଇଙ୍କ ସମେତ ସମସ୍ତ ୧୭ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାରୁ ଦୋଷମୁକ୍ତ କରିଛନ୍ତି ପଟିଆଲା ସ୍ୱତନ୍ତ୍ର ଅସିବିଆଇ କୋର୍ଟ । ଏହି ଦୁର୍ନୀତିରେ ତାଙ୍କ ଭୂମିକା ବାସ୍ତବରେ କ’ଣ, କୋର୍ଟଙ୍କ ରାୟରୁ ତାହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ।  ତେବେ ରାୟକୁ କଂଗ୍ରେସ ସମ୍ମାନର ମାପକାଠି ଭାବେ ବିବେଚନା କରୁଛି ବୋଲି କଟାକ୍ଷ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।  ଦେଶର ସର୍ବବୃହତ ଦୁର୍ନୀତି ଟୁ-ଜି ସ୍ପ୍ରେକ୍‌ଟ୍ରମ୍‌ ସ୍କାମ୍‌ରେ କେହି ଦୋଷୀ ନୁହନ୍ତି।  ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ପଟିଆଲା ସ୍ୱତନ୍ତ୍ର ସିବିଆଇ କୋର୍ଟ।  ଫଳରେ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା, ଡିଏମକେ ସାଂସଦ କାନିମୋଇ ଓ ଅନ୍ୟ ୧୫ ହାଇ ପ୍ରୋଫାଇଲ ଅଭିଯୁକ୍ତ ମାମଲାରୁ ଛାଡ଼ ପାଇଛନ୍ତି।  କୋର୍ଟ କହିଛନ୍ତି ଯେ ଯାହା ସମସ୍ତଙ୍କୁ ଏକ ବଡ଼ ଦୁର୍ନୀତି ବୋଲି ଦେଖାଯାଇଥିଲା, ମାତ୍ର ବାସ୍ତବରେ ସେମିତି କିଛି ନ ଥିଲା।  କିଛି ସାଧାରଣ ତଥ୍ୟକୁ କିଛି ଲୋକ ଅତିରଂଜିତ କରି ଏଭଳି ଢଙ୍ଗରେ ଉପସ୍ଥାପିତ କରିଥିଲେ ଯେ ତାହା ବିରାଟ ଦୁର୍ନୀତି ଭଳି ପ୍ରତୀୟମାନ ହୋଇଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଓ.ପି. ସାଇନି କହିଛନ୍ତି। ଦୁର୍ନୀତି ସଂପର୍କରେ ପ୍ରମାଣ ଯୋଗାଇବାରେ ତଦନ୍ତ ଅଧିକାରୀମାନେ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଥିବା କୋର୍ଟ କହିଛନ୍ତି।

ଏପଟେ କୋର୍ଟଙ୍କ ରାୟ ଆସିବା ପରେ କାନିମୋଇ ଓ ଏ. ରାଜା ଖୁସି ବ୍ୟକ୍ତ କରିଛନ୍ତି।  ସେମାନଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ଶେଷରେ ସେମାନଙ୍କୁ ନ୍ୟାୟ ମିଳିଥିବା ଉଭୟ କହିଛନ୍ତି। ସେପଟେ ରାୟ ଆସିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ।  ଦୁର୍ନୀତିରେ ତାଙ୍କ ଭୂମିକା କ’ଣ ଥିଲା ସେ କହିବେ ନାହିଁ । ବରଂ କୋର୍ଟଙ୍କ ରାୟରୁ ଏହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ମନମୋହନ । ତାଙ୍କ ସରକାର ବିରୁଦ୍ଧରେ ଏହା ଏକ ବିରାଟ ଅପପ୍ରଚାର ଥିଲା ବୋଲି ମନମୋହନ କହିଛନ୍ତି । ତେବେ କୋର୍ଟଙ୍କ ରାୟକୁ କଂଗ୍ରେସର ସମ୍ମାନର ମାପକାଠି ଭଳି ବିବେଚନା କରୁଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  କଟାକ୍ଷ କରିଛନ୍ତି। ଟୁ-ଜି ସ୍ପେକ୍‌ଟ୍ରମ୍‌ ସ୍କାମରେ ରାଜକୋଷକୁ ୧ଲକ୍ଷ ୭୬ ହଜାର ଟଙ୍କା କ୍ଷତି ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଥିଲା। ସେତେବେଳର ଟେଲିକମ୍ ମନ୍ତ୍ରୀ ଏ.ରାଜା ନିଲାମ ନ କରି ଟୁ-ଜି ସ୍ପେକ୍‌ଟ୍ରମ୍‌ ବିକ୍ରି କରିବା ଦ୍ୱାରା କେନ୍ଦ୍ରୀୟ ରାଜକୋଷକୁ  ଏହି କ୍ଷତି ହୋଇଥିବା କୁହାଗଲା ।

ସବୁ ଜାଣି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିରବ ରହିଥିବା ବିରୋଧୀ ଅଭିଯୋଗ ଆଣିଥିଲେ।  ସେପଟେ ରାୟର ଅନୁଧ୍ୟାନ କରିବା ପରେ ଉପର କୋର୍ଟକୁ ଯିବେ ବୋଲି ସିବିଆଇ ଓ ମାମଲାର ତଦନ୍ତ କରୁଥିବା ED କହିଛି। କୋର୍ଟଙ୍କ ରାୟ ଆସିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆବେଦନକାରୀ ଓକିଲ ତଥା ବରିଷ୍ଠ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। ତଦନ୍ତକାରୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପ୍ରମାଣ ଯୋଗାଡ଼ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ସ୍ୱାମୀ । କୋର୍ଟଙ୍କ ରାୟ ଦୁର୍ନୀତି ବିରୋଧୀ ଲଢ଼େଇ ପାଇଁ ଶକ୍ତ ଧକ୍କା।  ତେଣୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ସୋ ସେପଟେ ରାୟ ପରେ ଡିଏମକେ ସାଂସଦ କାନିମୋଇ ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍‌ଙ୍କୁ ସାକ୍ଷାତ କରିଛନ୍ତିା

Related story