କରାଚୀ: ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନରେ ଏବେ ଡାକ୍ତର ମଧ୍ୟ ସୁରକ୍ଷିତ ନୁହନ୍ତି । ଗତବର୍ଷ ପାକିସ୍ତାନରେ ୨୬ ଜଣ ଡାକ୍ତରଙ୍କୁ ହତ୍ୟା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଠାରେ ଡାକ୍ତରମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଫଳରେ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୯ ହଜାର ଡାକ୍ତର ଦେଶ ଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି ।
ପାକିସ୍ତାନ ପୋଲିସର କହିବା ଅନୁସାରେ, ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟା ୨୦୧୦ରେ ତିନି ଗୁଣ ଅଧିକ ହୋଇଯାଇଥିଲା । କରାଚୀ ସହରରେ ଡାକ୍ତରମାନଙ୍କୁ ଅଧିକ ଆକ୍ରମଣ କରାଯାଉଥିବା ଜଣାପଡିଛି । ଏହାସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଡାକ୍ତର ଟାଗେର୍ଟରେ ରହୁଥିବା ଜଣାପଡିଛି।