ନକ୍ସଲଙ୍କ ଆଇଡି ବିସ୍ଫୋରଣ, ୩ ସାଧାରଣ ନାଗରିକ ମୃତ

କାଙ୍କେର: ଆଜି ଛତିଶଗଡ଼ କାଙ୍କେର ଜିଲ୍ଲାରେ ନକ୍ସଲ ଆଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ୩ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ଏହି ବିସ୍ଫୋରଣ କାଙ୍କେର ଜିଲ୍ଲା ତାଡୋକି ଥାନା ଅଧିନରେ ଥିବା ତୁମାପାଳ ଗାଁରେ ହୋଇଛି ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ନିକଟରେ ଥିବା ରାଓଘାଟ ଅଞ୍ଚଳରେ ରେଳ ଲାଇନ୍ […]

ied blast

Subhransu Sekhar
  • Published: Tuesday, 24 September 2019
  • , Updated: 24 September 2019, 03:11 PM IST

କାଙ୍କେର: ଆଜି ଛତିଶଗଡ଼ କାଙ୍କେର ଜିଲ୍ଲାରେ ନକ୍ସଲ ଆଇଡି ବିସ୍ଫୋରଣ କରିଛନ୍ତି। ଏଥିରେ ୩ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ଏହି ବିସ୍ଫୋରଣ କାଙ୍କେର ଜିଲ୍ଲା ତାଡୋକି ଥାନା ଅଧିନରେ ଥିବା ତୁମାପାଳ ଗାଁରେ ହୋଇଛି ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି।

ନିକଟରେ ଥିବା ରାଓଘାଟ ଅଞ୍ଚଳରେ ରେଳ ଲାଇନ୍ କାମ ଚାଲିଥିଲା। ଏହି ଟ୍ୟାଙ୍କର ସେହି ସ୍ଥାନକୁ ଯାଉଥିଲା। ହେଲେ ନିର୍ଧାରିତ ସ୍ଥାନରେ ପହଞ୍ଚିବା ପୂର୍ବରୁ ନକ୍ସଲ ମାନେ ଟ୍ୟାଙ୍କରକୁ ଆଇଡି ସାହାଯ୍ୟରେ ବିସ୍ଫୋରଣ କରି ଓଲଟାଇ ଦେଇଥିଲେ।

https://twitter.com/ANI/status/1176396323345461248

 

Related story