ନିର୍ମାଣଧୀନ କୋଠା ଭୁଶୁଡ଼ି ତିନି ମୃତ
ଗାନ୍ଧୀନଗର: ବିଳମ୍ୱିତ ରାତିରେ ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ଗୁଜରାଟର ଭୋଡୋଦରାରେ ଥିବା ବଓ୍ୱମନପୁରାରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି। ଆହତ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି। କୋଠା ତଳେ କିଛି ଚାପି ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
Gujarat: Three persons died after an under-construction building collapsed in Bawamanpura in Vadodara late last night. Rescue operation underway. pic.twitter.com/7xE1i1Xvjc
— ANI (@ANI) September 28, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।