୩ ଦିନ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଦୟାନିଧି ମାରନଙ୍କୁ ସିବିଆଇ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ୍ ହାଇକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରନଙ୍କୁ ତିନି ଦିନ ମଧ୍ୟରେ ସିବିଆଇ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଜୁନ୍ ୩୦ରେ ମାରାନଙ୍କୁ ମିଳିଥିବା ଆଗୁଆ ଜାମିନକୁ ଖାରଜ କରିବା ସହ ମାଡ୍ରାସ୍ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତରେ ମାରାନ୍ ସହଯୋଗ କରୁନଥିବା ସିବିଆଇ ଅଭିଯୋଗ କରିଥିଲା। ଫଳରେ ମାରାନ୍ ଗିରଫ ହେବାର ଆଶଙ୍କା ସୃଷ୍ଟି ହୋଇଛି। ମାରାନ୍ ଟେଲିକମ୍ ମନ୍ତ୍ରୀ ଥିବା ବେଳେ ନିଜ ପଦର […]

maran

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 03:53 AM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୟାନିଧି ମାରନଙ୍କୁ ତିନି ଦିନ ମଧ୍ୟରେ ସିବିଆଇ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଜୁନ୍ ୩୦ରେ ମାରାନଙ୍କୁ ମିଳିଥିବା ଆଗୁଆ ଜାମିନକୁ ଖାରଜ କରିବା ସହ ମାଡ୍ରାସ୍ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତରେ ମାରାନ୍ ସହଯୋଗ କରୁନଥିବା ସିବିଆଇ ଅଭିଯୋଗ କରିଥିଲା। ଫଳରେ ମାରାନ୍ ଗିରଫ ହେବାର ଆଶଙ୍କା ସୃଷ୍ଟି ହୋଇଛି। ମାରାନ୍ ଟେଲିକମ୍ ମନ୍ତ୍ରୀ ଥିବା ବେଳେ ନିଜ ପଦର ଫାଇଦା ଉଠାଇ ଚେନ୍ନାଇସ୍ଥିତ ନିଜ ବାସଭବନରେ ବେଆଇନ୍ ଭାବେ ଏକ ଅଣ୍ଡରଗ୍ରାଉଣ୍ଡ ଟେଲିକମ୍ ଏକ୍ସଚେଞ୍ଜ ନିର୍ମାଣ କରିଥିବା ସିବିଆଇ ଅଭିଯୋଗ ହୋଇଥିଲା। ଏହି ଏକ୍ସଚେଞ୍ଜରୁ ତାଙ୍କ ଭାଇଙ୍କ ଦ୍ୱାରା ପରିଚାଳିତ ସନ୍ ଟିଭିର ଫାଇଦା ପାଇଁ ଶତାଧିକ କେବୁଲ୍ ବିଛାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତମାସରେ ସିବିଆଇ ତାଙ୍କୁ ଜେରା କରିଥିଲା। ତେବେ ସବୁ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ।

Related story