ଭାରତର ସ୍ୱାଧୀନତା ଦିବସରେ ଗୁଳି ବର୍ଷଣ କଲା ପାକିସ୍ତାନ: ୩ ମୃତ,୧୦ ଗୁରୁତର

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ପୁଞ୍ଜ ଜିଲ୍ଲାରେ ନିୟନ୍ତ୍ରଣ ରେଖାଠାରେ ଭାରତୀୟ ଯବାନଙ୍କ ଛାଉଣୀ ଓ ଗାଁ ଗୁଡିକ ଉପରକୁ ଆଜି ପାକ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା। ଆଜି ଭାରତର ସ୍ୱାଧୀନତା ଦିବସର ଜାଣି ସୁଦ୍ଧା ପାକିସ୍ତାନ ସେନା ଏଭଳି ହୀନ କାର୍ଯ୍ୟରୁ ନିବୃତ ରହି ନ ଥିଲା। ଲାଗତାର ସପ୍ତମ ଦିନ ପାଇଁ ପାକ୍ ସେନା କରାଯାଇଥିବା ଏହି ଯୁଦ୍ଧ ବିରତି ଆଇନ ଉଲ୍ଲଙ୍ଘନ  ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ […]

ceasefire-violantion-injured

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 02:47 PM IST

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ପୁଞ୍ଜ ଜିଲ୍ଲାରେ ନିୟନ୍ତ୍ରଣ ରେଖାଠାରେ ଭାରତୀୟ ଯବାନଙ୍କ ଛାଉଣୀ ଓ ଗାଁ ଗୁଡିକ ଉପରକୁ ଆଜି ପାକ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା। ଆଜି ଭାରତର ସ୍ୱାଧୀନତା ଦିବସର ଜାଣି ସୁଦ୍ଧା ପାକିସ୍ତାନ ସେନା ଏଭଳି ହୀନ କାର୍ଯ୍ୟରୁ ନିବୃତ ରହି ନ ଥିଲା।

ଲାଗତାର ସପ୍ତମ ଦିନ ପାଇଁ ପାକ୍ ସେନା କରାଯାଇଥିବା ଏହି ଯୁଦ୍ଧ ବିରତି ଆଇନ ଉଲ୍ଲଙ୍ଘନ  ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆହାତ ହୋଇଛନ୍ତି। ମୃତାହତ ହୋଇଥିବା ତିନିଜଣ ସାଧାରଣ ନାଗରିକ ମଧ୍ୟରେ ଜଣେ ଗାଁ ମୁଖିଆ ଥିବାବେଳେ ଅନ୍ୟ ଦୁଇଜଣ ତାଙ୍କ ସହଯୋଗୀ ଥିଲେ ବୋଲି ଜଣାପଡିଛି।

ଦୁଇଦେଶ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇବାର କିଛି ଘଣ୍ଟା ମଧ୍ୟରେ ଏହି ଗୁଳିବର୍ଷଣ ହୋଇଥିଲା। ଭାରତୀୟ ସେନା ମଧ୍ୟ ଏହାର  ଦୃଢ ଯବାବ ଦେଇଥିଲା।

Related story