ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ:୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଓ  ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆତଙ୍କବାଦୀ ଜୈସ୍‌ ଏ ମହମ୍ମଦ ମୁଖ୍ୟ ମସୁଦ ଆଝାରର ଭଣଜା ଅଛି । ତା ନାଁ ତଲ୍‌ହା ରସିଦ। ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି। ସ୍ଥଳସେନା ଅଧିକାରୀ କହିଛନ୍ତି,“ ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ  ଜଣେ ସାଧାରଣ ଲୋକ ଆହତ […]

indian-army

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 09:42 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଓ  ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆତଙ୍କବାଦୀ ଜୈସ୍‌ ଏ ମହମ୍ମଦ ମୁଖ୍ୟ ମସୁଦ ଆଝାରର ଭଣଜା ଅଛି । ତା ନାଁ ତଲ୍‌ହା ରସିଦ। ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି।

ସ୍ଥଳସେନା ଅଧିକାରୀ କହିଛନ୍ତି,“ ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ  ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। କଣ୍ଡି ଅଞ୍ଚଳରେ କିଛି ଆତଙ୍କବାଦୀ  ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରିଥିଲେ। ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ। ଏହାପରେ ଗୁଳିବିନିମୟ ହୋଇଥିଲା।”

ସେ ଆହୁରି କହିଛନ୍ତି,“ପ୍ରଥମେ ‘ଦକ୍ଷିଣ କାଶ୍ମୀରର ଶୋପିଆରେ ଥିବା ରାଜ୍ୟ ପୋଲିସର ଏସ୍‌ଓଜି  ଶିବିର ଉପରକୁ ଆତଙ୍କବାଦୀ ଗ୍ରେନେଡ୍‌ ମାଡ଼ କରିଥିଲେ। ଏହି ଆକ୍ରମଣର ଦେଢ ଘଣ୍ଟା ପରେ ପୁଲୱାମାରେ ଏକ ପେଟ୍ରୋଲିଂ ଦଳ ଉପରକୁ  ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସହିଦ ସୁରକ୍ଷାକର୍ମୀଙ୍କ ନାଁ କନଷ୍ଟେବଳ ଅବଦୁଲ୍ ସଲାମ।”

Related story