ଟଙ୍କା ପାଇଁ ମରିଗଲା ମାନବିକତା: ଅକ୍ସିଜେନ୍ ବନ୍ଦ କରିଦେବାରୁ ମରିଗଲେ ୩୦ ଶିଶୁ

ଗୋରଖପୁର(ୟୁପି): ହସପିଟାଲରେ ଅଘଟଣ। ଝଡ଼ିଗଲା  ୩୦ ନିଷ୍ପାପ ଶିଶୁଙ୍କ ଜୀବନ। ଅମ୍ଲଜାନ ବନ୍ଦ ହେବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଉତ୍ତରପ୍ରଦେଶ ଗୋରଖପୁରର ବାବା ରାଘବ ଦାଶ ମେଡିକାଲ କଲେଜରେ ଏହି ଦୁଃଖଦ ଘଟଣା ଘଟିଛି। ଗତ ୪୮ ଘଣ୍ଟା ମଧ୍ୟରେ ଏସବୁ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପ୍ରାୟ ୭୦ ଲକ୍ଷ ଟଙ୍କା ବକେୟା ପାଇଁ ଅକ୍ସିଜେନ୍ ଯୋଗାଉଥିବା କମ୍ପାନି ଅକ୍ସିଜେନ୍ ସପ୍ଲାଏ ବନ୍ଦ କରିବାରୁ ଏଭଳି ସ୍ଥିତି ଉପୁଜୁଛି। ସବୁଠାରୁ ବଡ଼ କଥା […]

baby

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 09:20 PM IST

ଗୋରଖପୁର(ୟୁପି): ହସପିଟାଲରେ ଅଘଟଣ। ଝଡ଼ିଗଲା  ୩୦ ନିଷ୍ପାପ ଶିଶୁଙ୍କ ଜୀବନ। ଅମ୍ଲଜାନ ବନ୍ଦ ହେବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଉତ୍ତରପ୍ରଦେଶ ଗୋରଖପୁରର ବାବା ରାଘବ ଦାଶ ମେଡିକାଲ କଲେଜରେ ଏହି ଦୁଃଖଦ ଘଟଣା ଘଟିଛି। ଗତ ୪୮ ଘଣ୍ଟା ମଧ୍ୟରେ ଏସବୁ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ପ୍ରାୟ ୭୦ ଲକ୍ଷ ଟଙ୍କା ବକେୟା ପାଇଁ ଅକ୍ସିଜେନ୍ ଯୋଗାଉଥିବା କମ୍ପାନି ଅକ୍ସିଜେନ୍ ସପ୍ଲାଏ ବନ୍ଦ କରିବାରୁ ଏଭଳି ସ୍ଥିତି ଉପୁଜୁଛି। ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନମଣ୍ଡଳୀରେ ଏହି ଘଟଣା ଘଟିଛି । ଅମ୍ଲଜାନ  ଯୋଗାଣକୁ ନେଇ ବିବାଦ ଉପୁଜିବା ପରେ ନିଜେ ମୁଖ୍ୟମନ୍ତ୍ରୀ  ଉକ୍ତ  ମେଡିକାଲ୍ କଲେଜ୍ ହସ୍ପିଟାଲ୍ ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଏହି ଦୁଃଖଦ ଘଟଣା ଘଟିଛି। ଘଟଣାର ତଦନ୍ତ ପାଇଁ ପ୍ରଶାସିନିକ ନିର୍ଦ୍ଦେଶ ଦିଆଯାଇଛି।

Related story