୯ ବର୍ଷର ଛୁଆ ପାଟିରେ ୩୦୦ ଦାନ୍ତ  

ଫିଲିପାଇନ୍ସର ଜନ୍‌ କ୍ରିସ୍‌ ନାମକ ଜଣେ ୯ ବର୍ଷର ଶିଶୁ ପାଇଁ ଦାନ୍ତ ସାଜିଛି କଣ୍ଟା। ତାଙ୍କ ପାଟିରେ ଉଠିଛି ୩୦୦ଟି ଦାନ୍ତ। ପ୍ରଥମେ ଯେତେବେଳେ ଦାନ୍ତ ଉଠିଲା ସବୁ ଠିକ୍‌ଠାକ୍ ଥିଲା। ତାଙ୍କ ପାଟିରେ ୨୦ଟି ଦାନ୍ତ ଥିଲା। କିନ୍ତୁ ପରେ ଦେଖାଗଲା ତାଙ୍କର ଦାନ୍ତ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି। ପ୍ରଥମେ ଦାନ୍ତ ସଂଖ୍ୟା ବଢ଼ି ୫୦ରେ ପହଞ୍ଚିଲା। ତା’ପରେ ୧୫୦ରେ ପହଞ୍ଚିଲା। ଏକ୍ସରେ କଲା ପରେ ଏହା ଜଣାପଡ଼ିଥିଲା। ତା’ପରେ କିଛି […]

teeth

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 11:22 AM IST

ଫିଲିପାଇନ୍ସର ଜନ୍‌ କ୍ରିସ୍‌ ନାମକ ଜଣେ ୯ ବର୍ଷର ଶିଶୁ ପାଇଁ ଦାନ୍ତ ସାଜିଛି କଣ୍ଟା। ତାଙ୍କ ପାଟିରେ ଉଠିଛି ୩୦୦ଟି ଦାନ୍ତ। ପ୍ରଥମେ ଯେତେବେଳେ ଦାନ୍ତ ଉଠିଲା ସବୁ ଠିକ୍‌ଠାକ୍ ଥିଲା। ତାଙ୍କ ପାଟିରେ ୨୦ଟି ଦାନ୍ତ ଥିଲା। କିନ୍ତୁ ପରେ ଦେଖାଗଲା ତାଙ୍କର ଦାନ୍ତ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି। ପ୍ରଥମେ ଦାନ୍ତ ସଂଖ୍ୟା ବଢ଼ି ୫୦ରେ ପହଞ୍ଚିଲା। ତା’ପରେ ୧୫୦ରେ ପହଞ୍ଚିଲା। ଏକ୍ସରେ କଲା ପରେ ଏହା ଜଣାପଡ଼ିଥିଲା। ତା’ପରେ କିଛି ବର୍ଷ ମଧରେ ତାଙ୍କ ପାଟିରେ ୩୦୦ ଦାନ୍ତ ଉଠି ଯାଇଥିଲା। ଏଭଳି ସ୍ଥିତିରେ ଅପରେସନ୍ କରି ତାଙ୍କ ଦାନ୍ତଗୁଡ଼ିକୁ ଉପୁଡା ଯାଉଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ପାଟିରୁ ୪୦ଟି ଦାନ୍ତ ଉପୁଡ଼ା ଯାଇଛି। ଏଥିପାଇଁ ତାଙ୍କ ପାଟିରେ ୭ ଥର ଅପରେସନ୍ କରାଯାଇଛି।

ଏତେ ସଂଖ୍ୟକ ଦାନ୍ତ ଯୋଗୁଁ ଜନ୍‌ଙ୍କୁ ଅନେକ ସମସ୍ୟା ହେଉଛି। କଥା ହେବାରେ ତାଙ୍କୁ ଅସୁବିଧା ହେଉଛି। ସେ ସାମାନ୍ୟ ପିଲାଙ୍କ ଭଳି ସବୁ ପ୍ରକାର ଖାଦ୍ୟ ଖାଇ ପାରୁ ନାହାନ୍ତି। ସବୁବେଳେ ସେ ଡାକ୍ତରଙ୍କ ନିରୀକ୍ଷଣରେ ରହୁଛନ୍ତି।

ପ୍ରକୃତ କଥା ହେଉଛି ଜନ୍ ହାଇପରଡୋନ୍‌ସିଆ ନାମକ ଏକ ଭୟାନକ ରୋଗରେ ପୀଡ଼ିତ ହୋଇଛନ୍ତି। ଏହା ଏକ ବିରଳ ରୋଗ। ସାରା ବିଶ୍ୱରେ ମାତ୍ର ୪ ପ୍ରତିଶତ ଲୋକ ଏହି ରୋଗରେ ପୀଡ଼ିତ।

Related story