ଶରୀରରେ ସିନା ବାମନ , ମନ କିନ୍ତୁ ବଡ଼ : ଶେଷରେ ସାଥୀ ପାଇଲେ ଶାରିକା

ଲକ୍ଷ୍ନୌ: ପକ୍ଷୀରାଜ ଘୋଡ଼ାରେ ଚଢ଼ି ମୋ ବର ଆସିବ। ଆଉ ମତେ ତା’ ସାଙ୍ଗରେ ନେଇଯିବ। ଏମିତି ସ୍ୱପ୍ନ ସବୁ ଝିଅମାନେ ଦେଖିଥାନ୍ତି। କାହାର ସ୍ୱପ୍ନ ଶୀଘ୍ର ପୂପଣ ହୋଇଥାଏ ତ’ କାହାର ଡ଼େରିରେ। ସବୁଝିଅଙ୍କ ପରି ଶାରିକା ମଧ୍ୟ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଏହି ସ୍ୱପ୍ନ ପୂରଣରେ ବାଧକ ସାଜିଥିଲା ତାଙ୍କ ଉଚ୍ଚତା। କାରଣ ସାଧାରଣ ଝିଅଙ୍କ ପରି ତା’ର ଉଚ୍ଚତା ବୟସ ଅନୁଯାୟୀ ସ୍ୱାଭାବିକ୍‌ ନ ଥିଲା। ୩୩ ଇଞ୍ଚର(ଅଢେଇ ଫୁଟ୍‌) ଉଚ୍ଚତା ଥିଲେ […]

dulha-01_062718090730

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 04:36 PM IST

ଲକ୍ଷ୍ନୌ: ପକ୍ଷୀରାଜ ଘୋଡ଼ାରେ ଚଢ଼ି ମୋ ବର ଆସିବ। ଆଉ ମତେ ତା’ ସାଙ୍ଗରେ ନେଇଯିବ। ଏମିତି ସ୍ୱପ୍ନ ସବୁ ଝିଅମାନେ ଦେଖିଥାନ୍ତି। କାହାର ସ୍ୱପ୍ନ ଶୀଘ୍ର ପୂପଣ ହୋଇଥାଏ ତ’ କାହାର ଡ଼େରିରେ। ସବୁଝିଅଙ୍କ ପରି ଶାରିକା ମଧ୍ୟ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଏହି ସ୍ୱପ୍ନ ପୂରଣରେ ବାଧକ ସାଜିଥିଲା ତାଙ୍କ ଉଚ୍ଚତା। କାରଣ ସାଧାରଣ ଝିଅଙ୍କ ପରି ତା’ର ଉଚ୍ଚତା ବୟସ ଅନୁଯାୟୀ ସ୍ୱାଭାବିକ୍‌ ନ ଥିଲା। ୩୩ ଇଞ୍ଚର(ଅଢେଇ ଫୁଟ୍‌) ଉଚ୍ଚତା ଥିଲେ ମଧ୍ୟ ମନୋବଳ ଭାଙ୍ଗି ନ ଥିଲେ ଶାରିକା। ଭାଙ୍ଗି ନଥିଲା ଆଶା। କମି ନଥିଲା ଉତ୍ସାହ।

ଗ୍ରାଜୁଏସନ୍‌ ପରେ ମଧ୍ୟ ୩୬ ବର୍ଷ ପର୍ଯ୍ୟନ୍ତ ବିବାହ ପାଇଁ ଅପେକ୍ଷା କରିଥିଲେ ସେ।  ଉତ୍ତରପ୍ରଦେଶର ଶାରିକାଙ୍କ ସ୍ୱପ୍ନର ରାଜକୁମାର ସାଜି ଆସିଥିଲେ ସୁନୀଲ ପାଠକ। ତାଙ୍କର ବୟସ ୪୪। ସେ ମଧ୍ୟ ଉତ୍ତର ପ୍ରଦେଶ ନିବାସୀ। ସୁନୀଲଙ୍କର ମଧ୍ୟ ଉଚ୍ଚତା ଥିଲା ୩୪ଇଞ୍ଚ୍‌। ଏତେ କମ୍‌ ଉଚ୍ଚତା ଥିବାରୁ ସେ ମଧ୍ୟ କାହାକୁ ବିବାହ କରି ପାରୁ ନ ଥିଲେ। ସୁନୀଲ୍‌ଙ୍କର ୬ ଭାଇ।

କିନ୍ତୁ ଉଚ୍ଚତା କମ୍‌ ଯୋଗୁଁ ସେ ବିବାହ କରି ପାରୁ ନ ଥିଲେ। ବାହା ହେବାର ଆଶା ସେ ଛାଡ଼ି ଦେଇଥିଲେ ସୁନୀଲ । ହଠାତ୍‌ ଦିନେ ଶାରିକାଙ୍କ ସହିତ ତାଙ୍କର ବିବାହ ପାଇଁ ପ୍ରସ୍ତାବ ଆସିଥିଲା।  ଏହି ବାହାଘରରେ ସୁନୀଲ୍‌ ହଁ ଭରିବା ପରେ ଶାରିକା ରାଜି ହୋଇଯାଇଥିଲେ। ଉଭୟ ପରିବାରଙ୍କ ଉପସ୍ଥିତିରେ ଧୁମ୍‌ଧାମ୍‌ରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଛି।

Related story