ପୋଖରୀକୁ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଲିଗଲା ୪ ଜୀବନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିଶ୍ୱ ଆଦିବାସୀରେ ଭାଗ ନେବାକୁ ଯାଉଥିବା ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର। ପରେ ଟ୍ରାକ୍ଟରଟି ରାସ୍ତା ପାର୍ଶ୍ୱ ପୋଖରୀ ଭିତରେ ପଶି ଯାଇଥିଲା। ଫଳରେ ପାଣିରେ ବୁଡ଼ି ୪ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଘଟିଛି। ଆଜି ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ଟାଟୁମ ଗାଁର […]

tractor accident

Manoranjan Sial
  • Published: Monday, 09 August 2021
  • , Updated: 09 August 2021, 05:35 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିଶ୍ୱ ଆଦିବାସୀରେ ଭାଗ ନେବାକୁ ଯାଉଥିବା ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର। ପରେ ଟ୍ରାକ୍ଟରଟି ରାସ୍ତା ପାର୍ଶ୍ୱ ପୋଖରୀ ଭିତରେ ପଶି ଯାଇଥିଲା। ଫଳରେ ପାଣିରେ ବୁଡ଼ି ୪ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଘଟିଛି।

ଆଜି ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ଟାଟୁମ ଗାଁର ପ୍ରାୟ ୩୦ ଜଣ ଆଦିବାସୀ ଟ୍ରାକ୍ଟରରେ କାଟେକାଲିଆନ ଅଭିମୁଖେ ଯାଉଥିଲେ। ଟାଟୁମ ଓ ତେଲାମ୍‌ ମଧ୍ୟରେ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁ ଟ୍ରାକ୍ଟର ରାସ୍ତା ପାଖରେ ଥିବା ପୋଖରୀରେ ଓଲଟି ପଡ଼ିଥିଲା। ପାଣିରେ ବୁଡ଼ି ଯାଇଥିଲେ ସମସ୍ତେ। ପାଣିରେ ବୁଡ଼ି କୋସା ମାଡଭି, ଦାସାଇଙ୍କ ପିତା, ଦୀନେଶ ମାର୍କମ ଓ ଫୁକେ କାୱାସୀଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଥିଲେ। ସେହି ରାସ୍ତାରେ ଯବାନମାନେ ସର୍ଚ୍ଚ ଅପରେଶନ ସାରି ଫେରୁଥିବା ବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି କାଟେକାଲିଆନ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Related story