କାଶ୍ମୀରରେ ଆତଙ୍କବାଦୀ ସଂଗଠନ ଆଇଏସ୍ର ପଦଚିହ୍ନ: ଏନ୍କାଉଣ୍ଟରରେ ରାଜ୍ୟ ମୁଖ୍ୟ ସହିତ ୪ ନିହତ
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ବିରୋଧୀ ଅପରେସନ। ଅନନ୍ତନାଗ ଜିଲ୍ଲା ଶ୍ରୀଗୁଫୱାରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପରେ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ସବୁ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ। ସେହି ଘରକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆତଙ୍କବାଦୀମାନେ ଘର ମାଲିକଙ୍କୁ ବନ୍ଧକ କରି ରଖିଥିବାରୁ କାର୍ଯ୍ୟାନୁଷ୍ଠାନରେ ଟିକେ ଅସୁବିଧା ହୋଇଥିଲା। ସେମାନଙ୍କୁ ଢାଲ କରି ଖସି ପଳାଇବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ। ଆତଙ୍କବାଦୀ ପ୍ରଥମେ ଗୁଳି […]
608028-jammu-and-kashmir-security-forces
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ବିରୋଧୀ ଅପରେସନ। ଅନନ୍ତନାଗ ଜିଲ୍ଲା ଶ୍ରୀଗୁଫୱାରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପରେ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ସବୁ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ। ସେହି ଘରକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆତଙ୍କବାଦୀମାନେ ଘର ମାଲିକଙ୍କୁ ବନ୍ଧକ କରି ରଖିଥିବାରୁ କାର୍ଯ୍ୟାନୁଷ୍ଠାନରେ ଟିକେ ଅସୁବିଧା ହୋଇଥିଲା। ସେମାନଙ୍କୁ ଢାଲ କରି ଖସି ପଳାଇବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ। ଆତଙ୍କବାଦୀ ପ୍ରଥମେ ଗୁଳି ଚଳାଇବାରୁ ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ।
ତେବେ ଚିନ୍ତାର ବିଷୟ ହେଉଛି ଏନ୍କାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂପର୍କ IS ସହିତ ଅଛି। ଏହାର ଅର୍ଥ ଜାମ୍ମୁ କାଶ୍ମୀରରେ ନିଜର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛି ଏହି ଆତଙ୍କବାଦୀ ସଂଗଠନ। ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ତେବେ ଆଜିର ଏନ୍କାଉଣ୍ଟର ପରେ ଆଇଏସ୍ ଅଣ୍ଟା ଭାଙ୍ଗିଥିବା ପ୍ରତିରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି। ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ସୁରକ୍ଷାକୁ ଦିଆଯାଉଛି ବିଶେଷ ଗୁରୁତ୍ୱ। ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ରଣନୀତିରେ ପରିବର୍ତ୍ତନ ହେଲାଣି। ସେଠାକୁ NSG କମାଣ୍ଡୋ ଯାଇଛନ୍ତି। ଏମାନେ ରାଜ୍ୟ ପୋଲିସ ଓ CRPF କୁ ସାହାଯ୍ୟ କରିବେ।