୪ ବର୍ଷ ଶିଶୁର ଜୀବନ ନେଲା ବେଲୁନ୍

ମୁମ୍ୱାଇ: ୪ ବର୍ଷ ଶିଶୁର ଜୀବନ ନେଲା ବେଲୁନ୍। ରବିବାର ମୁମ୍ୱାଇର ଅନ୍ଧେରୀରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁଟିର ନାମ ଦେବରାଜ ବୋଲି ଜଣାପଡ଼ିଛି। ଦୁଇ ଭାଇ ଭଉଣୀ ଖେଳୁଥିବା ବେଳେ ଦେବରାଜ ପାଟିରେ ବେଲୁନ୍ ପୁରାଇ ଦେଇଥିଲା। ପରେ ଏହା ତଣ୍ଟି ଭିତରକୁ ଯିବା ପରେ ଅଣ ନିଃଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଉଭୟ ଭାଇ ଭଉଣୀ ଖେଳୁଥିଲେ। ହଠାତ୍ ଦେବରାଜ ବସିଥିବା ବେଳେ ହଠାତ୍ ଲେଉଟି ପଡ଼ିଥିଲା। କିନ୍ତୁ […]

mumbai-balllon-swaloow

Subhransu Sekhar
  • Published: Wednesday, 02 December 2020
  • , Updated: 02 December 2020, 03:32 PM IST

ମୁମ୍ୱାଇ: ୪ ବର୍ଷ ଶିଶୁର ଜୀବନ ନେଲା ବେଲୁନ୍। ରବିବାର ମୁମ୍ୱାଇର ଅନ୍ଧେରୀରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁଟିର ନାମ ଦେବରାଜ ବୋଲି ଜଣାପଡ଼ିଛି। ଦୁଇ ଭାଇ ଭଉଣୀ ଖେଳୁଥିବା ବେଳେ ଦେବରାଜ ପାଟିରେ ବେଲୁନ୍ ପୁରାଇ ଦେଇଥିଲା। ପରେ ଏହା ତଣ୍ଟି ଭିତରକୁ ଯିବା ପରେ ଅଣ ନିଃଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ଉଭୟ ଭାଇ ଭଉଣୀ ଖେଳୁଥିଲେ। ହଠାତ୍ ଦେବରାଜ ବସିଥିବା ବେଳେ ହଠାତ୍ ଲେଉଟି ପଡ଼ିଥିଲା। କିନ୍ତୁ ତାର ଭଉଣୀ କିଛି ଜାଣିପାରିନଥିଲା। ଆଉ ସେ ଖେଳିବାକୁ ଲାଗିଥିଲା ବୋଲି ମୃତ ଶିଶୁର କାକା କହିଛନ୍ତି।

ପରିବାର ଲୋକେ ସଙ୍ଗେସଙ୍ଗେ ଦେବରାଜର ପାଟିରୁ ବେଲୁନକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ଦେବରାଜଙ୍କୁ ନେଇଯାଇଥିଲେ। ସେଠାରୁ ନାନାବତୀ ହସ୍ପିଟାଲକୁ ନେବା ବେଳେ ଦେବରାଜର ମୃତ୍ୟୁ ଘଟିସାରିଥିବା ଡାକ୍ତର କହିଛନ୍ତି।

ଏହାପରେ କୁପର ହସ୍ପିଟାଲରେ ମୃତ ଶିଶୁର ଶବ ବ୍ୟବଚ୍ଛେଦ ହୋଇଥିଲା। ଡାକ୍ତରମାନେ ଏହି ସମୟରେ ଛୋଟ ଛୁଆର ପେଟ ଭିତରୁ ବେଲୁନ୍ ବାହାର କରିଥିଲେ। ପୁଲିସ ଏବେ ଏକ ଏଫଆଇଆର ରୁଜୁ କରି ତଦନ୍ତ କରୁଛି। ମୃତ ଦେବରାଜର ବାପା ମୁମ୍ୱାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାନ ଦୋକନା କରିଥିବା ଜଣାପଡ଼ିଛି।

Related story