ଡେରାଡୁନ୍: ଘାଟି ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡର ପାଉରି ଗରୱାଲ୍ ଜିଲ୍ଲାର ନୈନିଡ଼ଣ୍ଡା ନିକଟରେ ଆଜି ସକାଳେ ଏହି ଘଟଣା ଘଟିଛି। ପୋଲିସ୍ ଓ ଏନ୍ଡିଆର୍ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବସ୍ଟି ରାମନଗରରୁ ଭୋଆନ ଅଭିମୁଖେ ଯାଉଥିଲା। ବସ୍ରେ ୪୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ତେବେ ପ୍ରକୃତରେ କେତେ ଯାତ୍ରୀ ଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଧିକାଂଶ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଆହତମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଦୁଃଖ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ଅଡ଼ୁଆରେ ମାର୍କ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି
୨୦୨୪ରେ ହୋଇଥିବା ନିର୍ବାଚନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଜୁକରବର୍ଗ। କୋଭିଡ ପରିଚାଳନାରେ ତ୍ରୁଟି କାରଣରୁ ଭାରତ ସମେତ ପ୍ରାୟ ସବୁ ଦେଶର ସରକାର ନିର୍ବାଚନ ହାରିଯାଇଥିଲେ ବୋଲି କହିଥିଲେ।
National
LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ
ଆହତ ୬ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
National
ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ
ଆସନ୍ତା ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।