କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଶିତେ କଲ୍ଚରାଲ୍ ସେଣ୍ଟରରେ ଆଜି ସିରିଏଲ୍ ବୋମା ବିସ୍ଫୋରଣରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ନିଜକୁ ଦାୟୀ କରିଛି। ଆଇଏସ୍ଆଇଏସ୍ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ତିନୋଟି ବୋମା ବିସ୍ଫୋରଣ କରାଯାଇଥିଲା। ତା’ପରେ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା।
ଆଫ୍ଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘାନୀ କହିଛନ୍ତି,“ଆତଙ୍କବାଦୀମାନେ ଆମ ଲୋକଙ୍କୁ ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ଆମର ମସଜିଦ ଓ ଆମର ପବିତ୍ର ସ୍ଥଳରେ ଆକ୍ରମଣ କରିବା ପରେ ଏବେ ଆମର ସାଂସ୍କୃତିକ କେନ୍ଦ୍ରରେ ଆକ୍ରମଣ କରିଛନ୍ତି।”
ସେ ଆହୁରି ମଧ୍ୟ କହିଛନ୍ତି ଏହି ଆକ୍ରମଣ ମାନବିକତା ବିରୋଧରେ ଏକ ଅପରାଧ।