କରୋନାକୁ ନେଇ ଫେସବୁକରେ ବୁଲୁଛି ୪ ହଜାର ଗୁଜବ ଖବର

ସାନ୍ ଫ୍ରାନସିସ୍କୋ: ସୋଶାଲ ମିଡିଆ ଫେସବୁକରେ କରୋନା ସମ୍ପର୍କୀତ ୪ ହଜାର ଗୁଜବ ଖବର ରହିଛି। ଏହି ଗୁଜବ ଖବର ଉପରେ ଯେଉଁମାନେ କ୍ଲିକ୍ କରୁଛନ୍ତି ଏବଂ ଯେଉଁମାନେ ଏହି ଗୁଜବ ଖବର ତିଆରି କରିଛନ୍ତି ସେମାନଙ୍କୁ ଫେସବୁକ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପାଖାପାଖି ୪୦ ମିଲିଅନ ଆକାଉଣ୍ଟଧାରୀଙ୍କୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ଯେଉଁଠି କରୋନା ଆକ୍ରାନ୍ତଙ୍କ […]

jucker berg

Subhransu Sekhar
  • Published: Thursday, 30 April 2020
  • , Updated: 30 April 2020, 01:05 PM IST

ସାନ୍ ଫ୍ରାନସିସ୍କୋ: ସୋଶାଲ ମିଡିଆ ଫେସବୁକରେ କରୋନା ସମ୍ପର୍କୀତ ୪ ହଜାର ଗୁଜବ ଖବର ରହିଛି। ଏହି ଗୁଜବ ଖବର ଉପରେ ଯେଉଁମାନେ କ୍ଲିକ୍ କରୁଛନ୍ତି ଏବଂ ଯେଉଁମାନେ ଏହି ଗୁଜବ ଖବର ତିଆରି କରିଛନ୍ତି ସେମାନଙ୍କୁ ଫେସବୁକ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ପାଖାପାଖି ୪୦ ମିଲିଅନ ଆକାଉଣ୍ଟଧାରୀଙ୍କୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ।

ଯେଉଁଠି କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି ସେହି ସ୍ଥାନରେ ଅନେକ ସମୟରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଡବଲ  କରି ଅନେକ ଖବର ସୋଶାଲ ମିଡିଆରେ ପ୍ରଚାର କରାଯାଉଥିବା ଫେସବୁକ ଜାଣିବାକୁ ପାଇଛି।

ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ସୋଶାଲ ମିଡିଆରେ ଘୁରି ବୁଲୁଛି। କରୋନା ସମ୍ପର୍କୀତ ତଥ୍ୟ ଯେମିତି ମିଛ ପ୍ରଚାର ନହୁଏ ତା’ଉପରେ ଫେସବୁକ ନଜର ରଖିଛି।

Related story