ଫିଲିପାଇନ୍ସରେ ବନ୍ୟା,୫ ମୃତ,୧୦,୦୦୦ ପରିବାର ବାସଚ୍ୟୁତ

ମାନିଲା: ଫିଲିପାଇନ୍ସରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ଆଜି ସୁଦ୍ଧା ୫ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୦,୦୦୦ ପରିବାର ବାସଚ୍ୟୁତ ହୋଇଛନ୍ତି। ଗତ କିଛିଦିନ ହେବ ପ୍ରବଳ ବର୍ଷା ଯୋଗୁଁ ଫିଲିପାଇନ୍ସ ଓ ଏହାର ଆଖପାଖରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସରକାରଙ୍କ ପକ୍ଷରୁ ମାନିଲା ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ଜନିତ ବନ୍ୟାର ସତର୍କସୂଚନା ଜାରି କରାଯାଇଛି। ଆସନ୍ତା ୪ ଦିନ ମଧ୍ୟରେ ଆହୁରି ଅଧିକ ବର୍ଷା ହେବ ବୋଲି ସ୍ଥାନୀୟ […]

filipiny2-8745

Rakesh Mallick
  • Published: Sunday, 14 August 2016
  • , Updated: 04 May 2017, 03:44 PM IST

ମାନିଲା: ଫିଲିପାଇନ୍ସରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ଆଜି ସୁଦ୍ଧା ୫ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୦,୦୦୦ ପରିବାର ବାସଚ୍ୟୁତ ହୋଇଛନ୍ତି। ଗତ କିଛିଦିନ ହେବ ପ୍ରବଳ ବର୍ଷା ଯୋଗୁଁ ଫିଲିପାଇନ୍ସ ଓ ଏହାର ଆଖପାଖରେ ବନ୍ୟା ପରିସ୍ଥିତି ଦେଖା ଦେଇଛି।

ସରକାରଙ୍କ ପକ୍ଷରୁ ମାନିଲା ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ଜନିତ ବନ୍ୟାର ସତର୍କସୂଚନା ଜାରି କରାଯାଇଛି। ଆସନ୍ତା ୪ ଦିନ ମଧ୍ୟରେ ଆହୁରି ଅଧିକ ବର୍ଷା ହେବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ କହିଛି। ବନ୍ୟା ଆଶଙ୍କାରେ ପାଖାପାଖି ୨୪,୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ସ୍କୁଲ ଓ ସରକାରୀ ଦପ୍ତରରେ ରଖାଯାଇଛି। ସେମାନଙ୍କୁ ମାଗଣାରେ ଖାଇବା ସହ ଅନ୍ୟନ୍ୟ ସୁବିଧା ଯୋଗେଇ ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସ୍ଥାନୀୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଆମେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରୁଛୁ। ଆସନ୍ତାକାଲି ସକାଳ ସୁଦ୍ଧା ବାକି ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ସ୍ଥାନାନ୍ତର କରି ପାରିବୁ ବୋଲି ଆଶା ରଖିଛୁ।”

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାସୁଦ୍ଧା ମାରିକିନା ନଦୀ ଅବବାହିକାରେ ରହଥିବା ୯,୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

Related story