ବକ୍ସାର ଜେଲର୍‌ରୁ ୫ କଏଦୀ ଫେରାର

ପାଟନା: ବିହାରର ବକ୍ସାର କେନ୍ଦ୍ରୀୟ ଜେଲ୍‌ରୁ ଗତକାଲି ରାତିରେ ୫ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଛନ୍ତି। ବକ୍ସାର ଜିଲ୍ଲାପାଳ ରମନ କୁମାର ଆଜି କହିଛନ୍ତି ଯେ ଗତକାଲି ରାତି ପ୍ରାୟ ୧୨ଟାରୁ ୩ଟା ମଧ୍ୟରେ ଏହି କଏଦୀମାନେ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି। ଯେଉଁ ସ୍ଥାନରେ ସେମାନେ କାନ୍ଥ ଡେଇଁ ଫେରାର ହୋଇଛନ୍ତି ସେଠାରୁ ଲୁହା ରଡ୍, ପାଇପ୍ ଓ ଧୋତି ଜବତ କରାଯାଇଛି। ଫେରାର କଏଦୀମାନେ ହେଲେ ମୋତିହାରିର […]

boxarcentraljail

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 11:10 AM IST

ପାଟନା: ବିହାରର ବକ୍ସାର କେନ୍ଦ୍ରୀୟ ଜେଲ୍‌ରୁ ଗତକାଲି ରାତିରେ ୫ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଛନ୍ତି।

ବକ୍ସାର ଜିଲ୍ଲାପାଳ ରମନ କୁମାର ଆଜି କହିଛନ୍ତି ଯେ ଗତକାଲି ରାତି ପ୍ରାୟ ୧୨ଟାରୁ ୩ଟା ମଧ୍ୟରେ ଏହି କଏଦୀମାନେ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି। ଯେଉଁ ସ୍ଥାନରେ ସେମାନେ କାନ୍ଥ ଡେଇଁ ଫେରାର ହୋଇଛନ୍ତି ସେଠାରୁ ଲୁହା ରଡ୍, ପାଇପ୍ ଓ ଧୋତି ଜବତ କରାଯାଇଛି।

ଫେରାର କଏଦୀମାନେ ହେଲେ ମୋତିହାରିର ପ୍ରଜିତ ସିଂହ, ଛାପ୍ରାର ଗିରଧାରୀ ରାଏ, ଆରାର ଉପେନ୍ଦ୍ର ସାହ ଓ ସୋନୁ ପାଣ୍ଡେ (ଏମାନେ ଆଜୀବନ କାରାଦଣ୍ଡା ଭୋଗୁଥିଲେ) ଏବଂ ବକ୍ସାରର ସୋନୁ ସିଂହ (୧୦ ବର୍ଷ ଜେଲ ଦଣ୍ଡ ପାଇଥିଲେ)।

ବକ୍ସାର ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି।

Related story