ଗନ୍ ପଏଣ୍ଟରେ ହୋଟେଲ କର୍ମଚାରୀଙ୍କୁ ଦୁଷ୍କର୍ମ କଲେ ୫ ଅପରାଧୀ

ଅଲଓ୍ୱାର: ଥ୍ରୀ ଷ୍ଟାର ହୋଟେଲରେ ରହି ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ଅପରାଧୀ। ହେଲେ ଗନ ପଏଣ୍ଟରେ ତିନି ସହଯୋଗୀଙ୍କୁ ଛିଡ଼ା କରାଇ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ନର ରୂପୀ ଏହି ରାକ୍ଷସ। ଆଉ ଏହି ମହିଳା ହେଉଛନ୍ତି ସଂପୃକ୍ତ ହୋଟେଲର କର୍ମଚାରୀ। ରାଜସ୍ଥାନ ଅଲଓ୍ୱାରରେ ଏହି ଅମାନୁଷିକ କାଣ୍ଡ ଘଟିଛି। ପୁଲିସ ଏବେ ୫ ଅପରାଧୀକୁ ବାନ୍ଧିଛି। ଶୁକ୍ରବାର ରାଜସ୍ଥାନ ନିମରଣାରେ ଥିବା ଏକ ତିନି ତାରକା ହୋଟେଲକୁ ଆସିଥିଲେ ୫ ଅଭିଯୁକ୍ତ। […]

rape

Subhransu Sekhar
  • Published: Sunday, 20 December 2020
  • , Updated: 20 December 2020, 01:04 PM IST

ଅଲଓ୍ୱାର: ଥ୍ରୀ ଷ୍ଟାର ହୋଟେଲରେ ରହି ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ଅପରାଧୀ। ହେଲେ ଗନ ପଏଣ୍ଟରେ ତିନି ସହଯୋଗୀଙ୍କୁ ଛିଡ଼ା କରାଇ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ନର ରୂପୀ ଏହି ରାକ୍ଷସ। ଆଉ ଏହି ମହିଳା ହେଉଛନ୍ତି ସଂପୃକ୍ତ ହୋଟେଲର କର୍ମଚାରୀ। ରାଜସ୍ଥାନ ଅଲଓ୍ୱାରରେ ଏହି ଅମାନୁଷିକ କାଣ୍ଡ ଘଟିଛି। ପୁଲିସ ଏବେ ୫ ଅପରାଧୀକୁ ବାନ୍ଧିଛି।

ଶୁକ୍ରବାର ରାଜସ୍ଥାନ ନିମରଣାରେ ଥିବା ଏକ ତିନି ତାରକା ହୋଟେଲକୁ ଆସିଥିଲେ ୫ ଅଭିଯୁକ୍ତ। ରାଜସ୍ଥାନର ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ ଏହି ପାଞ୍ଚ ଅଭିଯୁକ୍ତ। ତେବେ ହୋଟେଲରେ ରୁମ୍ ବୁକ କରିବା ବେଳେ କିଛି ସୁନ୍ଦରୀ ମହିଳାଙ୍କୁ ସେମାନଙ୍କ ପାଖକୁ ପଠାଇବାକୁ କହିଥିଲେ ଏହି ୫ ଅଭିଯୁକ୍ତ। ତେବେ ହୋଟେଲ ତରଫରୁ ଏ ବାବଦରେ କୌଣସି ପ୍ରତିଶ୍ରୁତି ଦିଆଯାଇନଥିଲା ଏ ବାବଦରେ। ପରେ ହୋଟଲେରେ ମହିଳା କର୍ମଚାରୀ ମାନେ ଯେଉଁଠି ଶୋଇଥିଲେ ସେଠାରେ ପ୍ରବେଶ କରିଥିଲେ ୫ ଅଭିଯୁକ୍ତ।

ଆଉ ସେଥିମଧ୍ୟରୁ ଦୁଇ ଜଣଙ୍କୁ ଦୁଷ୍କର୍ମ କରିଥିଲେ। ତିନି ସହଯୋଗୀଙ୍କୁ ନିଜ ସୁରକ୍ଷା ପାଇଁ ପାଖରେ ଛିଡ଼ା କରାଇଥିଲେ ଦୁଇ ଅଭିଯୁକ୍ତ। ଇତି ମଧ୍ୟରେ ହୋଟେଲ ମ୍ୟାନେଜର ପୁଲିସ ପାଖରେ ଅଭିଯୋଗ କରିଥିଲ। ଆଉ ପୁଲିସ ହେଟୋଲ ଚାରିପଟୁ ଘେରିଯାଇ ଦୁଇ ମହିଳାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା। ପରେ ପୁଲିସ ୫ ଅଭିଯୁକ୍ତକୁ କାବୁ କରିଥିଲା।

ପୁଲିସର ତଦନ୍ତ ପରେ ଜଣା ପଡ଼ିଛି ଯେ ସେହି ବ୍ୟବସାୟୀ ଜଣଙ୍କ ହେଲେ ରାଜସ୍ଥାନର ନରେଶ ଜାଠ୍। ଗୋଟିଏ ହାଉସିଂ ସୋସାଇଟିର ଚେୟାରମ୍ୟାନ୍ ରହିଛନ୍ତି ସେ। ସଂପୃକ୍ତ ବ୍ୟବସାୟୀଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ଦାବି କରୁଥିଲେ ୫ ଅପରାଧୀ।

Related story