୫ଜଣ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରେନ୍

ପାଟଣା: ବିହାରର ଭଭୁଆ ରେଳ ଷ୍ଟେସନ୍‌ରେ ଟ୍ରେନ୍ ମାଡ଼ିଯିବାରୁ ୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କାରେ ୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେମାନେ ହେଲେ ବକ୍ସସରର ଶାହିନା ଖାତୁନ୍, କୈରିନା ଖାତୁନ୍, ଆଫରୀନ୍‌ ପରବୀନ ଓ ରୋହତାସର ସନପାତୋ ଦେବୀ। ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୩୦ଟାରେ ଏହି ଦୁର୍ଘଟଣା ଘଟିଥିଲା। ଗତକାଲି ସନ୍ଧ୍ୟାରେ ବାରାଣସୀ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‌ଟି […]

bihar_45

Tapaswini Nayak
  • Published: Saturday, 13 October 2018
  • , Updated: 13 October 2018, 09:32 AM IST

ପାଟଣା: ବିହାରର ଭଭୁଆ ରେଳ ଷ୍ଟେସନ୍‌ରେ ଟ୍ରେନ୍ ମାଡ଼ିଯିବାରୁ ୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କାରେ ୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେମାନେ ହେଲେ ବକ୍ସସରର ଶାହିନା ଖାତୁନ୍, କୈରିନା ଖାତୁନ୍, ଆଫରୀନ୍‌ ପରବୀନ ଓ ରୋହତାସର ସନପାତୋ ଦେବୀ। ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୩୦ଟାରେ ଏହି ଦୁର୍ଘଟଣା ଘଟିଥିଲା।

ଗତକାଲି ସନ୍ଧ୍ୟାରେ ବାରାଣସୀ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‌ଟି ଭଭୁଆ ରେଳ ଷ୍ଟେସନ୍‌ର ତିନି ନମ୍ବର ପ୍ଲାଟଫର୍ମରେ ଲାଗିଥିଲା। ଦୁର୍ଗାପୂଜା ଯୋଗୁ ପ୍ଲାଟ୍‌ଫର୍ମରେ ବହୁତ ଭିଡ଼ ଥିଲା। ତେଣୁ ଅନେକ ଯାତ୍ରୀ ପ୍ଲାଟ୍‌ଫର୍ମରେ ନ ଓହ୍ଲାଇ ଟ୍ରେନ୍‌ର ଅପରପାର୍ଶ୍ୱରେ ରେଳ ଟ୍ରାକ୍‌ରେ ଓହ୍ଲାଇ ଯାଇଥିଲେ।

ଏହି ସମୟରେ ହାୱଡ଼ାରୁ ଲାଲ କୁଆଁ ଯାଉଥିବା ଲାଲ କୁଆଁ ଏକ୍ସପ୍ରେସ୍‌ ଦ୍ରୁତ ଗତିରେ ସେହି ଟ୍ରାକ୍‌ରେ ଆସିଥିଲା ଓ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ଘଟିଥିଲା।

ଲାଲକୁଆଁ ଏକ୍ସପ୍ରେସ୍‌ର ଭଭୁଆ ଷ୍ଟେସନରେ ଷ୍ଟପେଜ୍ ନ ଥିଲା।

ଏହି ଘଟଣା ପରେ ଭଭୁଆ ଷ୍ଟେସନ୍‌ର ତିନିଟି ଟ୍ରାକ୍‌ରେ ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା।

Related story