ସୁଷମାଙ୍କ ଇଣ୍ଟରନେଟ୍‌ ବିଜୟ ଅଭିଯାନର ଶ୍ରେଷ୍ଠ ୫ଟି ଟ୍ୱିଟ୍‌

ନୂଆଦିଲ୍ଲୀ: ଦେଶ ବିଦେଶରେ ଥିବା ଭାରତୀୟଙ୍କୁ ଟ୍ୱିଟର ଜରିଆରେ ସେବା ଦେବାରେ ଅଗ୍ରଣୀ ଥିଲେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। କେବଳ ସେବା ନୁହେଁ ତାଙ୍କ ଟ୍ୱିଟ୍‌ ସବୁରେ ଥିବା ଶବ୍ଦ ଚାତୁରୀ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ସେ ଟ୍ୱିଟରରେ ରାଜ୍‌ କରୁଥିଲେ। ସେହି ସବୁ ଶବ୍ଦ ପାଇଁ ସେ କାଳ କାଳକୁ ମନେ ରହିବେ। ଭାରତୀୟ ନୌବାହିନୀ ୩ ଜଣ ପାକିସ୍ତାନୀଙ୍କୁ ୟେମେନ୍‌ରୁ ଉଦ୍ଧାର କରିଥିବା ଖବର ସମ୍ବଳିତ […]

sushma

Subrat Kumar Nayak
  • Published: Wednesday, 07 August 2019
  • , Updated: 07 August 2019, 02:12 AM IST

ନୂଆଦିଲ୍ଲୀ: ଦେଶ ବିଦେଶରେ ଥିବା ଭାରତୀୟଙ୍କୁ ଟ୍ୱିଟର ଜରିଆରେ ସେବା ଦେବାରେ ଅଗ୍ରଣୀ ଥିଲେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। କେବଳ ସେବା ନୁହେଁ ତାଙ୍କ ଟ୍ୱିଟ୍‌ ସବୁରେ ଥିବା ଶବ୍ଦ ଚାତୁରୀ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ସେ ଟ୍ୱିଟରରେ ରାଜ୍‌ କରୁଥିଲେ। ସେହି ସବୁ ଶବ୍ଦ ପାଇଁ ସେ କାଳ କାଳକୁ ମନେ ରହିବେ।

ଭାରତୀୟ ନୌବାହିନୀ ୩ ଜଣ ପାକିସ୍ତାନୀଙ୍କୁ ୟେମେନ୍‌ରୁ ଉଦ୍ଧାର କରିଥିବା ଖବର ସମ୍ବଳିତ ଏକ ଟ୍ୱିଟ୍ ବେଶ ଚର୍ଚ୍ଚାରେ ଥିଲା।

https://twitter.com/SushmaSwaraj/status/584655131846639616?s=20
୨୦୧୬ ମସିହାରେ ୧୯ ଜଣ ମନ୍ତ୍ରୀଙ୍କ ସହ ସେ ଶପଥ ପାଠରେ ଯୋଗ ଦେଇପାରିନଥିଲେ। ତେବେ ସେ ଶପଥ ପାଠ ଉତ୍ସବରେ ଯୋଗଦେଲେନି ବୋଲି ନକାରାତ୍ମକ ଖବର ଆସିଯିବ କଳନା କରି ଗଣମାଧ୍ୟମ ଉଦ୍ଦେଶ୍ୟରେ ନିମ୍ନ ମଜାଦାର ଟ୍ୱିଟ୍‌ କରିଥିଲେ।
https://twitter.com/SushmaSwaraj/status/750169094901501952?s=20
ଥରେ କେହି ଜଣେ ରେଫ୍ରିଜରେଟର ଖରାପ ଅଛି ବୋଲଇ ସୁଷମାଙ୍କୁ ଟ୍ୱିଟ୍‌ କରିଥିଲା। ସେ କ’ଣ କହିଲେ ଆପଣ ନିଜେ ପଢ଼ନ୍ତୁ।
https://twitter.com/SushmaSwaraj/status/742394908145655808?s=20
ଆଉ ଥରେ ଜଣେ ମଜାରେ ଲେଖିଥିଲେ, ମୁଁ ଏବେ ମଙ୍ଗଳ ଗ୍ରହରେ ଅଟକି ରହିଛି। ମଙ୍ଗଳଯାନରେ ଖାଇବା ପଠାନ୍ତୁ। ସୁଷମା ଲେଖିଥିଲେ ଯେ, ଯଦିବି ତୁମେ ମଙ୍ଗଳଗ୍ରହରେ ଥିବ, ଭାରତୀୟ ଦୂତାବାସ ସେଇଠି ବି ତୁମକୁ ସାହାଯ୍ୟ କରିବ।
https://twitter.com/SushmaSwaraj/status/872653636849082368?s=20
ସବୁଠୁ ହ୍ୟଦୟସ୍ପର୍ଶୀ ଥିଲା ଇଂରାଜୀ ବ୍ୟାକରଣ ସମ୍ବନ୍ଧୀୟ ଏକ ଟ୍ୱିଟ୍‌। ଯେଉଁଥିରେ ତାଙ୍କୁ ସାହାଯ୍ୟ ମାଗିଥିବା ଜଣ ବ୍ୟକ୍ତିଙ୍କ ଟ୍ୱିଟ୍‌ରେ ବ୍ୟାକରଣ ତ୍ରୁଟି ଥିଲା। କିଛି ଲୋକେ ଏହି ବ୍ୟକ୍ତିଙ୍କୁ ଟ୍ରଲ୍‌ କରୁଥିଲେ। ଜବାବରେ ସୁଷମା ଲେଖିଥିଲେ, ଏଥିରେ କିଛି ବି ସମସ୍ୟା ନାହିଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରଣାଳୟରେ ଯୋଗଦେବା ପରେ ସବୁ ପ୍ରକାରର ଏବଂ ଶୈଳୀର ଇଂରାଜ ଶିଖିବା ଆରମ୍ଭ କରିଛି।
https://twitter.com/SushmaSwaraj/status/1105170509598142464?s=20

Related story