ପ୍ରଦୂଷଣ ରୋକିବାକୁ ନୂଆ ଆଇନ: ଉଲ୍ଲଙ୍ଘନ କଲେ ୫ ବର୍ଷ ଜେଲ, କୋଟିଏ ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ। ଆଇନ ଅନୁଯାୟୀ, ପ୍ରଦୂଷଣକୁ ରୋକିବା ପାଇଁ ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଗୋଟିଏ କମିଶନ ଗଠନ କରାଯିବ। କମିଶନର ସଦସ୍ୟମାନେ ପରସ୍ପର ସହ ଯୋଗାଯୋଗ ରଖି ଗବେଷଣା କରିବେ। ଏଥିସହ […]

gt

Hemant Lenka
  • Published: Thursday, 29 October 2020
  • , Updated: 29 October 2020, 04:36 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ।

ଆଇନ ଅନୁଯାୟୀ, ପ୍ରଦୂଷଣକୁ ରୋକିବା ପାଇଁ ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଗୋଟିଏ କମିଶନ ଗଠନ କରାଯିବ। କମିଶନର ସଦସ୍ୟମାନେ ପରସ୍ପର ସହ ଯୋଗାଯୋଗ ରଖି ଗବେଷଣା କରିବେ। ଏଥିସହ ସମସ୍ୟାକୁ ସମାଧାନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ।

କମିଶନ ପକ୍ଷରୁ ଜାରି ହେବାକୁ ଥିବା ନିୟମ କିମ୍ବା ନିର୍ଦ୍ଦେଶକୁ ଯଦି କେହି ଉଲ୍ଲଙ୍ଘନ କରନ୍ତି, ତା’ହେଲେ ସେମାନଙ୍କୁ ସର୍ବାଧିକ ୫ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଟଙ୍କା ଯାଏ ଫାଇନ ଦେବାକୁ ପଡ଼ିବ। କମିଶନ ବାୟୁ(ପ୍ରଦୂଷଣ ନିୟନ୍ତ୍ରଣ) ଆଇନ ୧୯୮୧ ଓ ପରିବେଶ ସୁରକ୍ଷା ଆଇନ ୧୯୮୬ ଆଧାରରେ ବିଭିନ୍ନ ନିମୟ ପ୍ରଣୟନ କରିପାରିବେ। ଏଥିସହ ଦିଲ୍ଲୀ-ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି କରୁଥିବା କାର୍ଯ୍ୟକଳାପକୁ ମଧ୍ୟ କମିଶନ ଅସିଦ୍ଧ ଘୋଷଣା କରିପାରିବେ।

ଆଇନ ଅନୁଯାୟୀ, ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଉଲ୍ଲଙ୍ଘନ କରୁଥିବା ବିଭାଗର ମୁଖ୍ୟ ହିଁ ଦଣ୍ଡିତ ହେବେ। କମିଶନରେ ମୁଖ୍ୟ ଶାସନ ସଚିବ କିମ୍ବା ସଚିବ ପାହ୍ୟାର ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବେ। ତାଙ୍କ ଅଧୀନରେ ୩ଟି ସବ-କମିଟି କାର୍ଯ୍ୟ କରିବ। ପ୍ରଥମ କମିଟି ମନିଟରିଂ ଓ ଚିହ୍ନଟ, ଦ୍ୱିତୀୟ କମିଟି ସେଫଗାର୍ଡିଂ ଓ ନିୟମକୁ କାର୍ଯ୍ୟକାରୀ କରିବ ଏବଂ ତୃତୀୟ କମିଟି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଦିଗରେ କାମ କରିବ।

ଦିଲ୍ଲୀ, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏହି କମିଶନର ସବୁ କମିଟି କାର୍ଯ୍ୟ କରିବେ। କମିଶନ ଓ ସବ କମିଟିରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପ୍ରତିନିଧି ରହିବେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ସଚିବ, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ ହରିଆଣାର ବରିଷ୍ଠ ଅଧିକାରୀ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଟେକ୍ନିକାଲ ସଦସ୍ୟ ଓ ନୀତି ଆୟୋଗର ପ୍ରତିନିଧି କମିଶନରେ ରହିବେ।

ଏହାବାଦ ପରିବହନ, ନଗର ଉନ୍ନୟନ, ପେଟ୍ରୋଲିୟମ ମନ୍ତ୍ରଣାଳୟ, ସାଇଣ୍ଟିଫିକ ଇନଷ୍ଟିଚ୍ୟୁସନର ବିଶେଷଜ୍ଞ ଓ ଏନଜିଓର ସଦସ୍ୟମାନେ ମଧ୍ୟ କମିଶନର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ।

କମିଶନର ଅଧ୍ୟକ୍ଷ କିଏ ହେବେ, ତା’ର ନିଷ୍ପତ୍ତି ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଚୟନ କମିଟି ହିଁ ନେଇପାରିବେ। ଅଧ୍ୟକ୍ଷ ଭାବେ ଜଣେ ବ୍ୟକ୍ତି ୩ ବର୍ଷ ଏହି ପଦରେ ରହିପାରିବେ।

Related story