ଠାକୁର ଦର୍ଶନ ନୋହିଲା, ଘାଟିରୁ ବସ୍‌ ଖସି ୫୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୩୨ ଆହତ

ହାଇଦ୍ରାବାଦ୍‌: ପାହାଡ଼ ଉପରେ ଥିବା ଶ୍ରୀ ଅଞ୍ଜନେୟ ସ୍ୱାମୀଙ୍କୁ ଦର୍ଶନ କରିବାକୁ ପାଖାପାଖି ୮୭ ଜଣ ଶ୍ରଦ୍ଧାଳୁ ଗୋଟିଏ ବସ୍‌ରେ ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବସ୍‌ଟି ପାହାଡ଼ ଉପରକୁ ଉଠୁଥିବା ବେଳେ ହଠାତ୍‌ ଏହାର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା ଏବଂ ଏହା ୩୦ ଫୁଟ୍‌ ଘାଟି ତଳକୁ ଖସି ପଡ଼ିଥିଲା।  ଏଥିରେ ୫୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ […]

bus

Hemant Lenka
  • Published: Tuesday, 11 September 2018
  • , Updated: 11 September 2018, 02:46 PM IST
ହାଇଦ୍ରାବାଦ୍‌: ପାହାଡ଼ ଉପରେ ଥିବା ଶ୍ରୀ ଅଞ୍ଜନେୟ ସ୍ୱାମୀଙ୍କୁ ଦର୍ଶନ କରିବାକୁ ପାଖାପାଖି ୮୭ ଜଣ ଶ୍ରଦ୍ଧାଳୁ ଗୋଟିଏ ବସ୍‌ରେ ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବସ୍‌ଟି ପାହାଡ଼ ଉପରକୁ ଉଠୁଥିବା ବେଳେ ହଠାତ୍‌ ଏହାର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା ଏବଂ ଏହା ୩୦ ଫୁଟ୍‌ ଘାଟି ତଳକୁ ଖସି ପଡ଼ିଥିଲା। 
ଏଥିରେ ୫୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଓ ୨୯ ଜଣ ମହିଳା ଅଛନ୍ତି। 
ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ତେଲେଙ୍ଗାନାର ଜଗତାୟଲ୍‌ ଜିଲ୍ଲା ଅନ୍ତର୍ଗତ କୋଣ୍ଡାଗାଟ୍ଟୁ ଠାରେ ଘଟିଛି। ବସ୍‌ଟି ତେଲେଙ୍ଗାନା ସରକାରଙ୍କ ସଡ଼କ ପରିବହନ ବିଭାଗ ଅଧୀନରେ ଚଳାଚଳ  କରୁଥିଲା।
ଆଜି ବସ୍‌ଟି ଶ୍ରଦ୍ଧାଳୁଙ୍କୁ ନେଇ ଶ୍ରୀ ଅଞ୍ଜନେୟ ସ୍ୱାମୀ ମନ୍ଦିରକୁ ଯାଉଥିବା ବେଳେ ଦିନ ପ୍ରାୟ ୧୧.୪୫ରେ ଶନିଭରପାଟ୍‌ ଗାଁ ନିକଟ ପାହଡ଼ ଉପରେ ଏଭଳି ଘଟଣା ଘଟିଛି। ବସ୍‌ଟି ଘାଟିରୁ ତଳକୁ ଖସିବା ପୂର୍ବରୁ ୪ ଥର ରାସ୍ତାରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଚକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। 
 ଦୁର୍ଘଟଣା ପରେ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାପରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ ମଧ୍ୟରୁ ବାହାର କରିଥିଲେ। 
ଆହତଙ୍କୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅଧିକାଂଶଙ୍କ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
 ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରମୁଖ ମୃତଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related story