ମୁମ୍ବାଇ: ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ପୁଣି ଏକ ସାଂଘାତିକ ଖବର ଆସିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍ସ୍ପଟ୍ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି ଏହି ସଂଖ୍ୟା ପରେ ବୃଦ୍ଧି ପାଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ଶିବସେନା ନେତା ଏବଂ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ର ସ୍ୱାସ୍ଥ୍ୟ କମିଟି ସଦସ୍ୟ ଆମେ ଘୋଲେ କହିବା ଅନୁଯାୟୀ, ମୁମ୍ବାଇର ୧୬୭ ଜଣ ସାମ୍ବାଦିକଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା।
ସେ କହିଛନ୍ତି, ୧୬୭ ନମୁନାରୁ ୫୩ ପଜିଟିଭ୍ ଆସିଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ଘଟିପାରେ। ୫୩ ଜଣଙ୍କ ମଧ୍ୟରେ ରିପୋର୍ଟର, କ୍ୟାମେରାମ୍ୟାନ୍ ଏବଂ ଫଟୋ ଜର୍ଣ୍ଣାଲିଷ୍ଟ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।